STORYMIRROR

Lipi Sahoo

Abstract

3  

Lipi Sahoo

Abstract

ଅନାଲୋଚିତ ପୃଷ୍ଠା

ଅନାଲୋଚିତ ପୃଷ୍ଠା

1 min
20

ଗଭୀର ବର୍ଷାରାତିରେ 

ମୋ ଝର୍କା ସେପାଖେ

ଟୁପୁର ଟାପର ସାରା ରାତି ଚାଲେ

ଆକାଶ ସହ ପୃଥିବୀର ପ୍ରେମାଳପ


କାନ ଡେରି ଝର୍କା କାଚରେ

ଶୁଣିବାର ଅପଚେଷ୍ଟା କରେ

କିଛି ସ୍ପଷ୍ଟ କିଛି ଅସ୍ପଷ୍ଟ 

ଚପା ଗୁଞ୍ଜରଣ ଖେଳିଯାଏ କୋହୋଲା ପବନରେ


ଆପେ ଆପେ ଶିତେଇ ଉଠେ ଦେହ ମନ

ଏକ ବୈଦ୍ୟୁତିକରେଖା ଟାଣି ହେଇଯାଏ

ଆକାଶ ରୁ ପୃଥିବୀ ଯାଏଁ

ତା' ପରେ ସାରାଟା ଆକାଶ ଝରି ପଡେ ପୃଥିବୀ ବକ୍ଷରେ ।


ଅନ୍ଧାକାର ଭିତରେ ଏକାକାର ହେଇଯାଏ

ସମସ୍ତ ତୃଷିତ ବିକାରତା ଆଉ ଅବଶାଦ

ସକାଳ ଆଲୋକରେ ଝଲସି ଉଠେ

ସଂପୂର୍ଣ୍ଣ ସମର୍ପିତ ଟୋପାଟୋପା ବର୍ଷାବିନ୍ଦୁ


ସନ୍ନ୍ୟାସୀ ପାଲଟି ଯାଆନ୍ତି ପ୍ରତିଟି ବୃକ୍ଷ

ସମ୍ଭୋଗର ସ୍ବେଦରେ ଅବଗାହନ ପରେ

ନିରାସକ୍ତ ସବୁଜିମା ଭିତରେ

ଫୁଟି ଉଠେ ରଙ୍ଗବେରଙ୍ଗର ନୂତନ ସମ୍ଭାବନା


କ୍ଲାନ୍ତ ଆଖିପତେ ନଇଁ ଆସେ

ଆଉ ଏକ ବିନିଦ୍ର ରଜନୀ ପରେ

ଲୋଚାକୋଚା ଚଦର ଉପରେ

ପେଟେଇ ପଡନ୍ତି ଅନେକ ଅନଆଲୋଚିତ ପୃଷ୍ଠା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract