STORYMIRROR

Lipi Sahoo

Romance

4  

Lipi Sahoo

Romance

ପରାଜିତ ବୀରାଙ୍ଗନା

ପରାଜିତ ବୀରାଙ୍ଗନା

1 min
255

ଉପେକ୍ଷିତ ସକାଳ ଥିଲା କି ପ୍ରତାରିତ ଅପରାହ୍ନ 

ଠିକ୍ ସେ ମନେ ନାହିଁ

ବିଷର୍ଣ୍ଣ ମଳୟ ଦେଲା ଚିଟାଉ

ତୁମ ପ୍ରତ୍ୟାବର୍ତ୍ତନର.....


ନା ଆଚମ୍ବିତ ହେଲି ନା ଆମୋଦିତ 

କିଏ ସେ ଫେରୁଛି ???

ବିବଷ ସିଦ୍ଧାର୍ଥ ନା ରୂପାନ୍ତରିତ ବୁଦ୍ଧ

ଆଜି ବି ଏକ ଅମୀମାଂସିତ ପ୍ରଶ୍ନବାଚୀ


ନିର୍ବାଣର ବିକ୍ଷିପ୍ତ ବକ୍ଷରେ ତାଣ୍ଡବ ତୋଳିଲି

ପୁଞ୍ଜିଭୂତ କ୍ଷୋଭର ହିସାବ ମାଗିଲି

ନିର୍ବାକ ଥିଲା ୟେ ସାରା ପୃଥିବୀ

କ୍ଷାନ୍ତ ହୁଅ !! ନର୍ତ୍ତକୀ ଚିତ୍କାର କଲା ଅତର୍କିତ ଶର୍ବରୀ


ବନ୍ଦାଣ ଥାଳି ଧରି

ଉଭା ହେଲି ଦେହୁଳି ବାହାରେ

ଦଣ୍ଡାୟମାନ ହେଲି ପରାଜିତ ବୀରାଙ୍ଗନା ପରି

ଜଣା ନାହିଁ ଆଦ୍ୟ ପ୍ରାନ୍ତ ତୁମମୟ ହେଲା କେବେ ???


Rate this content
Log in

Similar oriya poem from Romance