STORYMIRROR

Lipi Sahoo

Inspirational

3  

Lipi Sahoo

Inspirational

ମହାମାୟୀ

ମହାମାୟୀ

1 min
120

ଦୀପରେ ଦୀପରେ ଭରିଦିଅ ଆଜି

ଜ୍ଞାନର ଆଲୋକ ଜ୍ୟୋତି

ଅବିବେକିତାକୁ ଅହୁତି ଦେଇ

ହୃଦେ ମାନବିକତା ଦିଅ ଭରି 


ଆହେ ମହାମାୟୀ ଆହେ ମହାମାୟୀ !!


ହସି ଉଠୁ ପୁଣି ସୁନାର ପୃଥିବୀ

ନୂତନ ଆଲୋକ ସମ୍ଭାର ନେଇ

ଘରେ ଘରେ ଖେଳୁ ଖୁସିର ଲହରୀ

ପ୍ରତିଟି ଆତ୍ମା ପରିପୂର୍ଣ୍ଣ କରି


ଆହେ ମହାମାୟୀ ଆହେ ମହାମାୟୀ !!


ଅମୀୟର ଧାରା ଯାଉ ବରଷି

ପ୍ରୀତିପୂର୍ଣ୍ଣ ହୃଦୟର ଭାଷା ହୋଇ

ସତ୍ଯ ଅହିଂସା ବାନା ଉଡାଅ ପୁଣି

ପ୍ରକୃତ ସନାତନୀ ଦାୟଦ କରି


ଆହେ ମହାମାୟୀ ଆହେ ମହାମାୟୀ !!


ନିଷ୍କଳୁଷ କର ଆମର ଧରଣୀ

କଳଙ୍କ ସବୁ ନିଅ ହରି

ରକ୍ତବୀର୍ଯ୍ୟ ଯେତେ ସମୂଳେ ବିନାଶ କରି 

କରି ଦିଅ ସ୍ବର୍ଣିମ ଇତିହାସର ପନରାବୃତ୍ତି


ଆହେ ମହାମାୟୀ ଆହେ ମହାମାୟୀ !! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational