STORYMIRROR

Lipi Sahoo

Abstract

4  

Lipi Sahoo

Abstract

ମହାମିଳନ

ମହାମିଳନ

1 min
22

ପ୍ରତ୍ନତାତ୍ତ୍ଵିକ ପରି ଖୋଳିବସିଲି 

ମୋ ନିଜ ଭିତରକୁ..

ଅଥଳତଳେ ଆବିଷ୍କାର କଲି ପ୍ରକୃତ 'ମୁଁ'କୁ


ବିମୋହିତ ହେଲି !!

ଇର୍ଷାନ୍ୟୁତ ବି ହେଲି ।।

ଦେଖି ସେଇ ନିର୍ମଳ ଅପରୂପ ରୂପ 


ସେ କିନ୍ତୁ ନୀରବ ନିଶ୍ଚଳ

ଯୁଗ ଯୁଗ ଧରି ମୋ ଅବହେଳା ଆଉ ଅତ୍ୟାଚାରେ

ପାଷାଣ ପାଲଟି ଯାଇଥିଲା ସତେ !!

 

ଧାଇଁଯାଇ ଆଲିଙ୍ଗନ କଲି

ମୋତେ ବିଚଳିତ କଲା !!

ତା'ର ଦିବ୍ୟ ଶୁକ୍ଳବସ୍ତ୍ରରେ ପଡିଥିବା ଅନେକ କଳା ଛିଟା


ସେ ସବୁ ଶତାବ୍ଦୀ ଶତାବ୍ଦୀ ଧରି 

ମୋ କଳଙ୍କିତ ଇତିହାସର ମୂକସାକ୍ଷୀ

ମୁଁ ଅନୁତାପ କଲି !!


ପ୍ରାୟଶ୍ଚିତର ମାର୍ଗ ଖୋଜିଲି !!

ଥରଟିଏ ଅନାବିଳ ଭାବେ ଭଲ ପାଇ ପାରିବୁ ମୋତେ ??

ପଶ୍ନବାଚୀ ଥିଲା ତା'ର ଶୂନ୍ୟଆଖିରେ.....


ବୁଡ ଦେଇ ପାରିବୁ ମୋ ପ୍ରେମ ପୂଣ୍ୟତୋୟାରେ ??

କଠିନ ବ୍ୟାପାର ସତ

ହେଲେ ଅସମ୍ଭବ ନୁହଁ !!


ସନ୍ଧାନ ପାଇଗଲୁ ଯେବେ ଅଦୃଶ୍ଯ ସହଯାତ୍ରୀର

ମୋ ପାଦତଳେ ସମର୍ପି ଦେଏ ମିଥ୍ୟା ଅହଂକାର 

ଆସ୍ତାଚଳ ସୂର୍ଯ୍ୟ ସାକ୍ଷୀ ଏଇ ମହାମିଳନର


ଅନ୍ତିମ ବାସରଶଯ୍ୟା ସଜାଅ ହେ !! ନଭମଣ୍ଡଳ

ଚକିତ ଦେଖି ମୁଁ ନିଜର ୟେ ବାସକସଜ୍ଜା ରୂପ !!

ନିଜକୁ ନିଜେ ଆଜି କରିବି ରମଣ ।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract