STORYMIRROR

Lipi Sahoo

Abstract

4  

Lipi Sahoo

Abstract

ଆଞୁଳାଏ ମୋକ୍ଷ

ଆଞୁଳାଏ ମୋକ୍ଷ

1 min
258

ସମ୍ମୁଖରେ ଏକ ବିଧ୍ବସ୍ତ ପୃଥିବୀ 

ସେଥିରେ ପୁଣି ନୂତନ ସୂର୍ଯ୍ୟ ଉଦୟ

ଏହା ନୂତନ ସମ୍ଭାବନା... ନା ଅନ୍ତିମ ଏକ ଆରମ୍ଭ ର


ଉପରେ ନୀଳ ଆକାଶ

ତଳେ ବିସ୍ତୃତ କଳା ପାଉଁଶଫୁଲର ଚାଦର 

ମୁଁ କ'ଣ ଶେଷ ବାସିନ୍ଦା ୟେ ପୃଥିବୀର ???


ଅନନ୍ତ ଯୋଜନର ମହାଶ୍ମଶାନ

ତା ଭିତରେ ଚକ୍ ଚକ୍ କରୁଛି

ବିନ୍ଦୁଏ ପାଣିର ପ୍ରସ୍ରବଣ 


ଉନ୍ମାଦିତ ହେବି... ନା ବିଷର୍ଣ୍ଣ ??

ଇୟେ କ'ଣ ମେଣ୍ଟାଇ ପାରିବ 

ଶତାବ୍ଦୀ ଶତାବ୍ଦୀର ଶୋଷ


କେତେବେଳେ ପୃଥିବୀ ଭିତରେ ମୁଁ

ପୁଣି କେତେବେଳ ମୋ ଭିତରେ ପୃଥିବୀ

ସବୁକିଛି ମନୋରମ ଛଳନାର କାରିଗରୀ


ସାମ୍ରାଜ୍ଞୀ ହେବାର ଦୁର୍ବାର ଲାଳସା

ଖିନଭିନ ପରିହାସ କରୁଛି ମୋତେ

ଦେଖି ମୋର ଧ୍ବଂସାବଶେଷ ସିଂହାସନ 


ମୁଁ ହିଁ ତ ସଂପୂର୍ଣ୍ଣ ଆକାଶ

ଏଇ ସାମାନ୍ୟ ଅହଂକାର 

ରଚି ଦେଇଗଲା ବିରାଟ ଏକ ତାଣ୍ଡବ


ନିର୍ବାସିତ କରି ଦେଲା

ମୋତେ ମୋର ଛଦ୍ମବେଶୀ ଇଶ୍ୱର 

ଏବେ ଆଞୁଳାଏ ମୋକ୍ଷ ଉପସଂହାର ମୋର .....।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract