STORYMIRROR

Lipi Sahoo

Inspirational

4  

Lipi Sahoo

Inspirational

କିଏ ତୁମେ

କିଏ ତୁମେ

1 min
277

ଦ୍ବନ୍ଦାତୀତ ଅଗାଧ ବିଶ୍ବାସର

ଅନ୍ୟ ନାମ 'ତୁମେ"

ଅପ୍ରତିହତ ସମାହିତ ଭଲପାଇବାର 

ଅନ୍ୟ ନାମ 'ତୁମେ'

ନିର୍ବିଚାର ଅଦ୍ବୈତ ସମର୍ପଣର

ଅନ୍ୟ ନାମ 'ତୁମେ'

ବ୍ୟଷ୍ଟିରୁ ସମଷ୍ଟିକୁ ଉତ୍ତରଣର 

ଅନ୍ୟ ନାମ 'ତୁମେ'

ନାଦବିନ୍ଦୁ ଓଁକାର ଧ୍ବନୀର

ଅନ୍ୟ ନାମ 'ତୁମେ'

ଅନ୍ତରୀଣଶକ୍ତି ଆଧାରର

ଅନ୍ୟ ନାମ 'ତୁମେ'

ଅସୀମରୁ ସସୀମ ଯୋଗସୂତ୍ରର 

ଅନ୍ୟ ନାମ 'ତୁମେ'

ଅଷ୍ଟନାୟୀକା ଉନ୍ମେଷର

ଅନ୍ୟ ନାମ 'ତୁମେ'

ନିତ୍ୟଲୋକ ସାମ୍ରାଜ୍ଞୀର

ଅନ୍ୟ ନାମ 'ତୁମେ'

ନିର୍ବିକଳ୍ପ ସାରାଂଶର

ଅନ୍ୟ ନାମ 'ତୁମେ'

ବ୍ୟାଖ୍ୟାତୀତ କଳ୍ପନାର

ଆନ୍ୟ ନାମ 'ତୁମେ'

କିଏ ତୁମେ ? କିଏ ତୁମେ ?

ତଥାବି ମୁଁ ଏତିକି ଜାଣେ

ଶରତ ସକାଳର ଶିଶିର ତୁମେ

କାଶତଣ୍ଡୀର ଶୁଭ୍ରତା ତୁମେ

ପାର୍ବଣର ଅଧିଷ୍ଠାତ୍ରୀ ତୁମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational