STORYMIRROR

Benu Gopal Mohanta

Inspirational

3  

Benu Gopal Mohanta

Inspirational

ମୋ ଇଚ୍ଛା

ମୋ ଇଚ୍ଛା

1 min
213

ଇଚ୍ଛା ଅସରନ୍ତି ଆଖିରେ ଭରିଛି

ଲୁହରେ ସଜେଇ କଜଳ ଗାର,

କେମିତି ଦେଖିବି ଆଗାମୀ କାଲିକୁ

ଆଜି ହିଁ ସରୁଛି ମୋ ସଂସାର।

ଗୋଟିଏ ମୁହୂର୍ତ୍ତ ହେଇପାରେ

କାହାପାଇଁ ପାଣିର ଗାର,

ମୋ ପାଇଁ କିନ୍ତୁ ମୂଲ୍ୟାଧିକ ସେ

ତା ସଙ୍ଗେ ଚାଲିଛି ଯୁଦ୍ଧ ନିରନ୍ତର।

ଜାଣିନି କେଉଁ କ୍ଷଣିକ ପଲକେ

ଲିଭିଯିବ ଜଳନ୍ତା ଦୀପ ମୋହର,

ତଥାପି ପିନ୍ଧୁଛି ସ୍ବପ୍ନ ହାର ମୁଁ

ଗୁନ୍ଥି ଗୁନ୍ଥି ସମୟର ଉପହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational