ମୋ କବିତା
ମୋ କବିତା


ତୁ ଆଖିରେ ସ୍ୱପ୍ନ ଭରୁଛୁ
ମନରେ ଶବ୍ଦ ଆଙ୍କୁଛୁ।
କଲମ ରେ ସ୍ୟାହି ଦେଇ
ନିଜେ ହିଁ ସଜେଇ ହେଉଛୁ।
ତୋତେ କିଏ ଭଲ କୁହେ
କିଏ କହେ ମନ୍ଦ।
ତଥାପି ମନ ଉଣା ନ କରି
ଲେଖୁ ଆଉ ଗୋଟିଏ ଫର୍ଦ୍ଦ।
ଭାବନା ଆଙ୍କିବା ମାଧ୍ୟମ ଦେଇ
ତୁ କେତେ ମନ ଯେ ହାଲକା କରୁ।
ତୋ ଶବ୍ଦ ପଢି ପୁଣି
କେତେ ହୃଦୟେ ସ୍ଥାନ ଗଢୁ।
ବିନା ସ୍ପର୍ଶରେ ତୁ
ଆଖିରେ ଲୁହ ଆଣୁ।
ବିନା ଶବ୍ଦ କହି
ସବୁ କଥା ବଖାଣି ଦେଉ।
ଧନ୍ୟ ତୁ
ମୋ ପ୍ରିୟ କବିତା।
ତୋ ବିନା କିଛି ନାହିଁ
ମୋର ଅସ୍ତିତ୍ଵତା।