STORYMIRROR

Benu Gopal Mohanta

Inspirational

3  

Benu Gopal Mohanta

Inspirational

ମୋ କବିତା

ମୋ କବିତା

1 min
30

ତୁ ଆଖିରେ ସ୍ୱପ୍ନ ଭରୁଛୁ

ମନରେ ଶବ୍ଦ ଆଙ୍କୁଛୁ।

କଲମ ରେ ସ୍ୟାହି ଦେଇ

ନିଜେ ହିଁ ସଜେଇ ହେଉଛୁ।


ତୋତେ କିଏ ଭଲ କୁହେ

କିଏ କହେ ମନ୍ଦ।

ତଥାପି ମନ ଉଣା ନ କରି

ଲେଖୁ ଆଉ ଗୋଟିଏ ଫର୍ଦ୍ଦ।


ଭାବନା ଆଙ୍କିବା ମାଧ୍ୟମ ଦେଇ

ତୁ କେତେ ମନ ଯେ ହାଲକା କରୁ।

ତୋ ଶବ୍ଦ ପଢି ପୁଣି

କେତେ ହୃଦୟେ ସ୍ଥାନ ଗଢୁ।


ବିନା ସ୍ପର୍ଶରେ ତୁ 

ଆଖିରେ ଲୁହ ଆଣୁ।

ବିନା ଶବ୍ଦ କହି

ସବୁ କଥା ବଖାଣି ଦେଉ।


ଧନ୍ୟ ତୁ 

ମୋ ପ୍ରିୟ କବିତା।

ତୋ ବିନା କିଛି ନାହିଁ

ମୋର ଅସ୍ତିତ୍ଵତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational