STORYMIRROR

Mamatamanjari Das

Inspirational

3  

Mamatamanjari Das

Inspirational

ବୃକ୍ଷ ହିଁ ଜୀବନ

ବୃକ୍ଷ ହିଁ ଜୀବନ

1 min
346

ଗୋଟିଏ ଗଛରେ କୋଟିଏ ମହକ

ରହିଥାଏ ସଦା ପୁରି

ଏ ମଣିଷ ଜାତି ଜାଣିବି ଅଜଣା

ପକାଉଛି ତାକୁ ଚିରି ।

ନିଜ ସୁଖ ପାଇଁ ଏ ମଣିଷ ଜାତି

କରୁଛି ଯେତେ ଯତନ

ଗଛଟିଏ ବିନା ଏ ସାରା ଜଗତ

ଦିଶୁଛି ଆଜି ଶ୍ରୀହୀନ ।

ଆସ ଆଜି ଆମେ ଗଛ ଲଗାଇବା

ଜାତି କୁ ଦେବା ସନ୍ଦେଶ

ଗୋଟିଏ ଗଛରେ ଗୋଟିଏ ଜୀବନ

ହୋଇ ଉଠିବ ସୁବାଷ ।

ଗିରି ରାଜ ଘନ ବନାନୀ ରେ ଘେରା

ଏଇଯେ ଆମର ଦେଶ

ହେଲେ ବୃକ୍ଷ ବିନା ଦିନ କୁ ଦିନ ସେ

ହୋଇ ତ ଗଲାଣି ଧ୍ୱଂସ ।

ଏହି ଦୁନିଆରେ ବୃକ୍ଷ ଠାରୁ ବଡ

ଉପକାରୀ କେହି ନାହିଁ

ଫୁଲ ,ଫଳ ,ଅମ୍ଳଜାନ ଦେଇ ସେ

ଆମକୁ ରଖେ ବଞ୍ଚାଇ ।



Rate this content
Log in

Similar oriya poem from Inspirational