STORYMIRROR

Sachidananda Kar

Inspirational

3  

Sachidananda Kar

Inspirational

ଗଛ

ଗଛ

1 min
285

ଜାଣକିରେ ଗଛଟିଏ

ଆସେ କେତେ କାମକୁ

ଯାହା ସେ'ତ ଦିଏ ପୁଣି

ଦାନ କରି ଆମକୁ ।।


ତାହା ପାଇଁ ନ ବାଧଇ

ଶୀତ ଖରା ବରଷା

ସିଏ ପୁଣି ପକ୍ଷୀ କୁଳ

ବାସ ଆଉ ଭରସା ।।


ଅମ୍ଳଜାନ ଅମୃତରେ

ଆମକୁ ସେ ପୋଷଇ

ଅଙ୍ଗାରାମ୍ଳ ବିଷଟିକୁ

ନିତି ପୁଣି ଶୋଷଇ ।।


ତାହା ପାଇଁ ପରିବେଶ

ଦିଶେ ଭାରି ସରସ

ଦେଖି ତା'ର ଫୁଲ ଫଳ

ମୁହେଁ ଫୁଟେ ହରଷ ।।


ସୁଶୀତଳ ପବନ ଯେ

ତାହା ପାଇଁ ବହଇ

ଆମ ପାଇଁ ଯେତେ ସବୁ

କଷଣ ସେ ସହଇ ।।


ତା'ର କଥା ବୁଝି ଆସ

ନ କାଟିବା ତାହାକୁ

କୁହ ସିଏ କିସ ପୁଣି

ନ ଦେଇଛି କାହାକୁ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational