STORYMIRROR

Prabhati Debnath

Inspirational

3  

Prabhati Debnath

Inspirational

କରୋନାର ପ୍ରତିକାର

କରୋନାର ପ୍ରତିକାର

1 min
292

କରୋନା ବ୍ୟକ୍ତିର ସଂସ୍ପର୍ଶେ ଆସିଲେ

ହାତ ସାବୁନରେ ଧୂଅ

ସଂକ୍ରମିତ ବ୍ୟକ୍ତି ଖାଦ୍ୟ ବାସନଠୁ

ଟିକିଏ ଦୂରେଇ ରୁହ ।।

କାଶ ଛିଙ୍କ ଦେଖି ହୁଅ ସତର୍କତା

କପଡ଼ାରେ ଢାଙ୍କି ଦିଅ

ଅସୁସ୍ଥତା ଯଦି ଅନୁଭବ ହୁଏ

ତେବେ ପରାମର୍ଶ ନିଅ ।।

ଯଦି କେଉଁ ବ୍ୟକ୍ତି କାଶୁଛି ଛିଙ୍କୁଛି

ନିଜେ ହୁଅ ସାବଧାନ

ଏକ ମିଟରର ଦୂରତା ଭିତରେ

ରଖ ନିଜ ବ୍ୟବଧାନ ।।

ଏବେ ବିଶ୍ଵବାସୀ ଭୟେ ଥରହର

ଆଖିକୁ ଆସୁନି ନିଦ

ଟିଭିର ଖବର ଦେଖିଲେ ଶୁଣିଲେ

ମନେ ଭରେ ଅବସାଦ ।।

ଏପରି କରିଲେ ସଂକ୍ରମଣ ଠାରୁ

ନିଶ୍ଚେ ସୁଫଳ ମିଳିବ

କରୋନା ହଟିବ ଜଗତ ହସିବ

ଭୟରୁ ମୁକ୍ତି ମିଳିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational