Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Debnath

Inspirational

4  

Prabhati Debnath

Inspirational

ଆଧୁନିକା ନାରୀ

ଆଧୁନିକା ନାରୀ

1 min
458


ଆଜି କେତେ ନାରୀ ଆଧୁନିକା ସାଜି

ଦେଖାନ୍ତି ଯେ କରାମତି ,

ଆମ ସଂସ୍କୃତିକୁ ପଛରେ କରିଦେଇ

ଯାଆନ୍ତି ସେଥିରେ ମାତି ।


ଚାଲି ଚଳଣିରେ ରଙ୍ଗଢଙ୍ଗ ଏବେ

ସେବା ଭାବ ଆଉ ନାହିଁ ,

ମାନ ଖାତିରିକୁ କିଏ ବା ପଚାରେ

ବେପୁରୁଆ ଢଙ୍ଗ ପାଇଁ ।


ବେଶ ପୋଷାକରେ ନିଜକୁ ସଜାନ୍ତି

ଯେଉଁଠି ନ ଥାଏ ସଜା ,

ପରିବାର ସମାଜେ ବେଖାତିର ଭାବ

ଦେଇଥାଏ ଲୋକ ଲଜ୍ଜା ।


ନାରୀ ପରା ସିଏ ଛାୟା ଓ ଜନନୀ

ଭଗିନୀର ରୂପ ନେଇ ,

ଶ୍ରଦ୍ଧା ଭକ୍ତି ପ୍ରେମ ବାଣ୍ଟି ନ ପାରିଲେ

କେଉଁ ନାରୀରେ ବା ଯାଇ ।


ସମୟ ଧାଇଛି ଯୁଗ ଆଗେଇଛି

କିଛି କର ମନା ନାହିଁ ,

ଯେଉଁ କାମ କଲେ ସମ୍ମାନ ବଢ଼ିବ

ସେ କାମେ ଚାଲ ଆଗେଇ ।


Rate this content
Log in

Similar oriya poem from Inspirational