ଶିଶୁ ଟିଏ ଯେବେ
ଶିଶୁ ଟିଏ ଯେବେ
ମାଆ କୋଳ ଛାଡି ଶିଶୁ ଟିଏ ଯେବେ
ଶିକ୍ଷା ଅନୁଷ୍ଠାନ ଯାଏ
ଶିଶୁ ସାଥେ ମିଶି ପରିବେଶ ତାକୁ
ମହ ମହ ବାସୁଥାଏ ।
ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ଅନୁଷ୍ଠାନ
କଉତୁକ ଶିକ୍ଷା ଧାରା
ଯେବେ ଧୀରେ ଧୀରେ ଶିଶୁ ଗହଣରେ
ପାଇ ହୁଏ ଆତ୍ମହରା ।
ମାଆର ମମତା ପରିବାର ଭୁଲି
ଶିକ୍ଷାରେ ଦିଅଇ ମନ
ଭଲ ପାଠ ପଢ଼ି ଗାରିମା ବଢ଼ାଏ
ଖୁସି ହୁଏ ଅନୁଷ୍ଠାନ ।
ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟ କାମ ଛାଡି
ଶିକ୍ଷାରେ ଦିଅନ୍ତି ଧ୍ୟାନ
ଶିକ୍ଷା ଆଉ ବିଦ୍ୟା ହୋଇବ ସହଜ
ଶିଶୁଏ ହୋଇବ ଧନ୍ୟ ।
ଶିକ୍ଷା ବିଦ୍ୟା ଦୁଇ ଏକାଠି ହୋଇଲେ
ରୂପ ନିଏ ବିଦ୍ୟାଳୟ
ଶିଶୁଙ୍କ ଜୀବନ ହୋଇବ ସାର୍ଥକ
ହେବ ଯଦି କର୍ମମୟ ।
