Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Debnath

Inspirational

4  

Prabhati Debnath

Inspirational

ଶରତ ରାଣୀର ଶୋଭା

ଶରତ ରାଣୀର ଶୋଭା

1 min
488


ଧାରା ଶ୍ରାବଣର ତୃପ୍ତି ଲାଭ କରି

ବରଷା ବିଦାୟ ନିଏ ,

ଭରା ଭାଦ୍ରବର ଅର୍ଘ୍ୟଥାଳୀ ଧରି

ଶରତ ପହଞ୍ଚିଯାଏ ।।

ଶରତ ଆକାଶେ ନିର୍ମଳର ଶୋଭା

ନଦୀ ନାଳେ ଚାଲେ ଜଳ ,

ଆକାଶ ବକ୍ଷରେ ଧଳା ମେଘ ସବୁ

ବୁଲୁଥାନ୍ତି ମାଳ ମାଳ ।।

କ୍ଷେତରେ କ୍ଷେତରେ ସବୁଜିମା ଶୋଭା

ପବନେ ଉଛୁଳେ ଢେଉ ,

ଚଷା ଭାଇ ମନ ଉଠୁଥାଏ ମାତି

ଦିଶୁଥାଏ ଦାଉ ଦାଉ ।।

ଚଉଦିଗେ ଦିଶେ କାଶତଣ୍ଡି ଫୁଲ

ମନକୁ ହରଣ କରେ ,

କାଶତଣ୍ଡି ସହ ଅନେକ କୁସୁମ

ଫୁଟିଥାନ୍ତି ବଗିଚାରେ ।।

ସନ୍ଧ୍ୟା ନଇଁଗଲେ ନୀଳ ଆକାଶରେ

ବଢ଼ଇ ଜହ୍ନର ଶୋଭା ,

ତାରା ମାନଙ୍କର ଆଖି ମିଠିକାରେ

ଦିଶେ କେତେ ମନଲୋଭା ।।

ଶରତ ଋତୁରେ ପଡ଼େ କେତେ ପର୍ବ

ଧର୍ମଧାରା ସବୁ ନେଇ ,

ସଭିଙ୍କ ମନରେ ନିର୍ମଳ ଭାବନା

ମନେ ଉଠିଥାଏ ଚେଇଁ ।।


Rate this content
Log in

Similar oriya poem from Inspirational