Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Debnath

Inspirational

3  

Prabhati Debnath

Inspirational

ନଈର ଖୁସି

ନଈର ଖୁସି

1 min
347


ଆଷାଢ଼ ମାସରେ ବରଷା ଆସଇ

ମେଘୁଆ ଆକାଶ ଧରି ,

କଳାକଳା ମେଘ ଆକାଶ ବକ୍ଷରେ

ଚାରିଆଡ଼େ ଯାଏ ଭରି ।।

ଗିରିଷମ ତାପେ ଜୀବଜନ୍ତୁ ସାଥେ

ଉଦ୍ଭିଦ ପାଆନ୍ତି କଷ୍ଟ ,

ନଈ ଶୁଖିଯାଏ ମାଟି ଶୁଖିଯାଏ

କୁଟା କାଠି ହୁଏ ନଷ୍ଟ ।।

ବରଷା ପଡ଼ିଲେ ନୂଆ ରୂପ ଧରି

ଶାଗୁଆ ଧରଣୀରାଣୀ ,

ନଈରେ ନାଳରେ ପାଣି ସୁଅ ଚାଲେ

ସୁଖର ସୂଚନା ଆଣି ।।

ଚଷାଭାଇ କ୍ଷେତେ କାମ କରିଚାଲେ

ମୁହଁରେ ଫୁଟାଇ ହସ ,

ଧରଣୀ ମାଆର ସବୁଜ ପଣତ

ସଭିଙ୍କୁ କରଇ ବସ ।।

ବରଷା ରାଣୀ ର ଆଗମନ ଦେଖି

ନଈର ଖୁସି ବଢ଼ଇ ,

ନଈର ଖୁସି ରେ ଜୀବଜନ୍ତୁ ଖୁସି

ବଞ୍ଚିବାର ରାହା ନେଇ ।।


Rate this content
Log in

Similar oriya poem from Inspirational