ପ୍ରତିବାଦ୍
ପ୍ରତିବାଦ୍
ମୁନୁଷ୍ ଜୀବନ୍ ପାଇଛୁ ବେଲେ
ନିଜର୍ ହକ୍ ଲାଗି ଲଢବୁ,
ଯେତେ ଝଡ୍ ,ତୁଫାନ୍ ଆଏଲେ ବି
କାହାକେ ନାଇଁ ଡରବୁ ।
ସତ୍ ବାଟେ ସବୁବେଲେ ଚାଲୁଥିବୁ
ଡରବୁ ନାଇଁ କାହାକେ,
ଯିଏ ମିଛ୍ ରାସ୍ତା ଦେଖେଉ ଥିବା
ପ୍ରତିବାଦ୍ କରବୁ ତାହାକେ ।
ନିଜର୍ ଦମେ ,ନିଜେ ଠିଆ ହେବୁ
ମାନ୍ ଅପମାନ୍ ସହି,
ଯେନ୍ ଠାନେ ଦେଖବୁ ଅସତ୍ ରାସ୍ତା
ସେଠାନେ ଯିବୁ ରହି ।
ହେଉ ଥାଉ ସେ ଯେତେ ମହାନ୍
ପାରୁ ପର୍ଯ୍ୟନ୍ତ ଲଢୁଥିବୁ ,
ସତ୍ ରାସ୍ତା କେ ଦେଖାବାର୍ ଲାଗି
ପ୍ରତିବାଦ୍ କରୁଥିବୁ ।
ମିଛର୍ ଢୁଣା ଭରବା, ଦିନେ ନା ଦିନେ
ହେଉଥାଉ ଯେତେ ଗାଢା,
ଅନ୍ଧାର୍ କେ ହରେଇ ,ଉକିଆ ହେବାରେ
ଇ କଥା ସୋର୍ ରଖିଥା ।
ପ୍ରତିବାଦ୍ କରବୁ ତୋର୍ ହକ୍ ଲାଗି
ନ୍ୟାୟ୍ ଦିନେ ମିଲ୍'ବା,
ସବୁ ଭଗବାନ୍ ଉପୁରେ ଦେଖୁଛେ
ତୋର୍ କଥା ସବୁ ସୁନ୍'ବା ।
