ମଉସୁମି ଉତାରୁ ପରକୁତି ରାନି
ମଉସୁମି ଉତାରୁ ପରକୁତି ରାନି
1 min
230
ମଉସୁମି ଉତାରୁ ପରକୁତି ରାନି
ଲାଗୁଥିଲା ଛିନା ଛିନା
ଝାର୍ ଜଙ୍ଗଲ୍,ଡଙ୍ଗର ଜଲିକରି
ଗଛ୍ ହେଉଥିଲା ଉନା ।
ଗଛ୍ ,ପତର୍ ସବୁ ନାଡୁ ହେଇଥିଲା
ଦିସୁଥିଲା ଦରମରା
ଦାଉ ସାଧୁଥିଲା ସୁରୁଜ୍ ରଜା
ହେଇ ଚିରପଟ୍ ଖରା ।
ବନ୍ଧ୍,କଁଟା,ନଲିଆଁ ପାଏନ୍ ଟିକେ ନାଇଁ
ଯାଇଥିଲା ସବୁ ସୁଖି
କେତେବେଲେ ମଉସୁମି ଆଏବା
ପରକୁତି ଥିଲା ଟାକି ।
ଚେରେଇ,ଚିର୍'ଗୁନ୍,ପଶୁ,ପକ୍ଷୀ
ହେଉଥିଲେ କଲବଲ୍
ପାଏନ୍ ଟିକେ ପିଇବାର୍ ଲାଗି
କେତେ ଡହକ୍ ବିକଲ୍ ।
ମାଏଟ୍ ଫାଟି ଭୂଇଁ ଆଁ ଦିସୁଥିଲା
ଚାରିଆଡେ ହାହାକାର୍
ମଉସୁମି କେ ଖୁଜି ପରକୁତି ରାନୀ
କରୁଥିଲା ଚିତ୍'କାର୍ ।
ମଉସୁମି ଯେଭୁ ଆଏଲା ପରକୁତି ରାନୀ
ପିନ୍ଧଲା ସାଗୁଆଁ ଗହନା
ମଉସୁମି ଉତାରୁ ପରକୁତି ରାନୀ
ଲାଗୁଥିଲା ଛିନା ଛିନା ।