କଳଙ୍କ
କଳଙ୍କ


ମାପିବାର ଶକ୍ତି ନ ଥିଲା ପ୍ରେମକୁ
ସୁନା,ରୂପା,ପଇସାରେ,
ନଜର ନ ଥିଲା ତୋ ଗୋରା ଦେହରେ
ମୋ ଜୀବନ ଥିଲା ତୋ ପାଖରେ ।
ବିଶ୍ୱାସ ମୋ ଭାଙ୍ଗି ଖେଳି ଚାଲିଗଲୁ
ଛୋଟିଆ ମୋ ହୃଦୟକୁ,
ପ୍ରେମକୁ ମୋର ବାଲିଘର ଭାବିଲୁ
ଭାଙ୍ଗି ତୁ ଦେଲୁ ତାହାକୁ ।
କେମିତି ବା' ଜାଣିଥାନ୍ତି ତୋ ପ୍ରେମକୁ
ଆଖି ଥାଇ ସାଜିଲି ଅନ୍ଧ,
ଏକ ତରଫା ପ୍ରେମ କରି ଚାଲୁଥିଲି
କରିନି କେବେ ସନ୍ଦେହ ।
ଯାହା'ତୁ କହୁଥିଲି ଦେଇଥିଲି ଆଣି
ନିଜେ ଭୋକରେ ରହିଁ,
ଦିନ ବିତିଯାଏ ରାତି ବିତିଯାଏ
ତୋ ମୁହଁକୁ ଚାହିଁ ଚାହିଁ ।
ପ୍ରେମ ଯେ ଥିଲା ତୋର ଛଳନା
ଜାଣି ମୁଁ ପାରିଲି ନାହିଁ,
ଜୀବନଠୁ ଅଧିକ ଭଲ ପାଇଥିଲି
ସେଥିପାଇଁ ଭୁଲିଗଲୁ ତୁହି।
ନିଜଠୁ ଅଧିକ କାହାକୁ ବିଶ୍ୱାସ କରିବା
ଭୁଲ୍ ସାଜିଲା ମୋ ପାଇ,
ପବିତ୍ର ବନ୍ଧନକୁ କରିଦେଲୁ ଅପବିତ୍ର
ପ୍ରେମରେ କଳଙ୍କ ଲଗେଇ ।