ଜୀବନ
ଜୀବନ


ଯେତେ ଗାଧୋଇଲି ବି ଗଙ୍ଗା ପାଣିରେ
ଅପବିତ୍ର ମୁଁ ହୋଇଯାଉଛି
ଯେତେ ପିଇଲେ ବି ତୁଳସୀ, ଗଙ୍ଗା ପାଣି
ଅଛୁଆଁ ହୋଇ ରହିଛି ?
କେତେ ପୂଜା ପାଠ ହରେ ନାମ ଜପ
ସବୁଦିନ ମୁଁ କରୁଛି
ମନ୍ଦିର ଭିତରେ ପ୍ରବେଶ କରିବା
ମୋ ପାଇଁ ମନା ହୋଇଛି ?
ମଣିଷମାନଙ୍କ ମଧ୍ୟରେ ମୁଁ ଭିନ୍ନ
ଜାତିରେ ବୋଲାଏ ଛୋଟ
କୁହ ହେ ଈଶ୍ୱର ତୁମକୁ ପଚାରେ
ମୁଁ କାହିକି ପାଏ କଷ୍ଟ ?
ତୁମେ ଗଢି ଅଛ ସାରା ବିଶ୍ୱ ବ୍ରହ୍ମାଣ୍ଡ
ଶୁଣିଅଛି ଏହି କାନେ
ସେ ସବୁକଥାକୁ ମିଛ ପରି ଲାଗେ
ଭାବିଦିଏ ଯେବେ ମନେ l
କେମିତି କରିପାରିଲ ପାତର,ଅନ୍ତର
ହୋଇ ତୁମେ ସର୍ବଶ୍ରେଷ୍ଠ
କାହିଁକି ହେଲ ମୋ ପାଇଁ ଏତେ ନିର୍ଦ୍ଦୟ
ମୋ ଜୀବନକୁ କରି ନଷ୍ଟ l
ମଣିଷ ହୋଇ ମଧ୍ୟ ତୁମ ଦରଶନ
ମୋ ପାଇଁ ଆକାଶର ଜହ୍ନ
ତୁମକୁ କେବେ ଖରାପ ଲାଗେ ନାହିଁ
ମତେ ଦେଇଥିବା ଜୀବନ?