ମୁଁ ବଞ୍ଚିବାକୁ ଚାହୁଁନି
ମୁଁ ବଞ୍ଚିବାକୁ ଚାହୁଁନି


ମୋ ଶରୀରକୁ ଟିକ୍ ଟିକ୍ କରି
କାଟି ଦିଅ, ମତେ ମାରି ଦିଅ
ରକ୍ତ, ମାଂସ ହାଡକୁ ଭାଙ୍ଗି
ମୋ ଜାତିର ପ୍ରମାଣ ପତ୍ର ଖୋଜିନିଅ
ମୁଁ କେମିତି ହେଲି ଛୋଟ ଜାତିର
ସେ ସବୁ ପ୍ରଶ୍ନ,ଉତ୍ତର ପାଇଯିବ ।
ମୁଁ ବଞ୍ଚିବାକୁ ଚାହୁଁନି
ମୋ,ଏହିଁ ଜାତି ଭିକ୍ତିକ ଶରୀରକୁ ନେଇ
ଯଉଠି ମଣିଷ ପଣିଆ ନାହିଁ
ମଣିଷ ମଧ୍ୟରେ ମାନବିକତା ନାହିଁ
ଅଛିତ କେବେଳ ଛୁଆଁ,ଅଛୁଆଁ ଭେଦଭାବ l
କିଏ ଏଠି, ଛୋଟ ଜାତି'ତ
ଆଉ କିଏ ପୁଣି ବଡ଼ ଜାତି
କେହିଁ ମଣିଷ ନୁହଁନ୍ତି
ସମସ୍ତଙ୍କ ମନରେ ଜାତିପ୍ରଥାର ବିଷ ଭରିରହିଛି
ଏଠି ମଣିଷ,ମଣିଷକୁ ଘୃଣା କରନ୍ତି l
ଏଠି ଈଶ୍ୱରଙ୍କୁ ଛୁଇବା ମନା
ଈଶ୍ୱରଙ୍
କ ଦର୍ଶନ କରିବା ମନା
ମନ୍ଦିର ଭିତରେ ପ୍ରବେଶ ମନା
ଛୋଟ ଜାତିର ମଣିଷ ମାନଙ୍କ ପାଇଁ
ଈଶ୍ୱର ଯେମିତି ନାହାନ୍ତି l
ଛୋଟ ଜାତିରେ ଜନ୍ମ ହେଇ
ବୋଧେ ମୁଁ ଭୁଲ କରିଛି
ମଣିଷ ସମାଜ ଭିତରେ
ମୁଁ କଳଙ୍କିତ ହୋଇ ଯାଇଛି
କାରଣ ମୁଁ ଜାତିରେ ଛୋଟ ।
ମୋ ଶରିରକୁ ଟିକ୍ ଟିକ୍ କରି
ଶୃଗାଳ ପରି ନୋଚି ଛିନ୍ନ ଭିନ୍ନ କରିଦିଅ
ସେ ଭିତରେ ଜାତିପ୍ରଥା ଖୋଜିବ
ସେ ଭିତରେ ଛୁଆଁ ,ଅଛୁଆଁ ଖୋଜିବ
ବୋଧେ ଆପଣମାନଙ୍କୁ ମିଲିଯିବ
ମୋ ଜାତିର ପ୍ରମାଣ ପତ୍ର ।
ମୁଁ ଏଁ ଜାତି ଭିତ୍ତିକ ଶରୀରକୁ ନେଇ
ଆଉ ବଞ୍ଚିବାକୁ ଚାହୁଁନି..... I