ମୁଇଁ ଗଅଁଲିଆ ପିଲା
ମୁଇଁ ଗଅଁଲିଆ ପିଲା


ସେନେହ ସର୍'ଧା ଭାବର୍ ବନ୍ଧନେ
ରହିଥିସି ମୁଇଁ ମିସି,
ଗରିବ୍ ହେଲେ ଭି ମନ୍'ଟା ପର୍'ଛା
ମୁହେଁ ଥିସି ମୋର୍ ହଁସି ।
ହଁସି ଟା ମୋର୍ ଲକ୍ଷେ ଟଁକା ସମାନ୍
ମୁଇଁ ଗଅଁଲିଆ ପିଲା,
ମାଆ,ବୁଆ କେ ଆବିରି ଧରିଥିସି
ହେଉଥିଲେ ଭି ଗୁଲ୍'ଗୁଲା ।
ଗୁଲ୍'ଗୁଲା ହେଲେ ଭି ସୁଖେ ସୁଇସି
କବାର୍ ସାରିକରି ରାତି,
ମାଁ ହାତର୍ ରନ୍ଧା ସବୁଠୁ ବଢିଆଁ
ଖାଉଥିସି ହାତ୍ ଚାଟି ।
ଚାଟି,ଚାଟି ଯେତେ ଖାଇଦେସି ସବୁ
ଲାଗ୍'ସି ହେନ୍ତା ସୁଆଦ୍,
ନାଇଁ କରେ କିଛି ବଉନା ବିଛିନା
କାଏଁ ତୁନ୍ କାଏଁ ଶାଗ୍ ।
ଝାର୍,ଜଙ୍ଗଲ୍,ଘେରା ଆମର୍ ଗାଁ
ସାଗୁଆଁ ଧର୍'ତି ରାନୀ,
ଖଲ୍ ଖଲ୍ ହେଇ ବୁହି ଯାଉଅଛେ
ଝରନ୍ ଝର୍'ନା ପାନୀ ।
ସେ
ପାଏନ୍ ଆଏ ଅମୃତ୍ ସମାନ୍
ଦିହିକେ ହିତ୍ ଲାଗ୍'ସି,
କୁହୁ କୁହୁ ସୁରେ କୁଇଲି ରାନୀ
ଫଗୁନେ ଗୀତ୍ ଗାଏସି ।
ଗାଏସି ଗୀତ୍ ହଲିଆ ପିଲା ଖେତେ
ବର୍'ଷା ରାନୀ ଆଏଲେ,
ଗୁଲାଫୁଲ୍ ଭି ହାର୍ ମାନି ଯାଏସି
ମଲ୍ଲୀ ଫୁଲ୍ କହର୍ ଲେ ।
କହରି ମହକି ଜାଏସି ପରା ସାରା
କର୍'ଡି ସାଙ୍ଗେ ହେଡୁଆଁ,
ଦର୍'କାର୍ ନାଇଁ ପଡେ ବରା,ଆଲୁଚପ୍
ଲାଲ୍'ଚାହା,ମୁଢି ବଢିଆଁ ।
ବଢିଆଁ ଆଏ ପବନ୍ ଘିନ'ବାର୍ ନାଇନ
ଗଛ୍,ପତର୍ ଅଛେ କେତେ,
ପର୍'କୁତି ରାନୀ ସୁନା କଳସ୍ ରୁକିଛେ
ମନ୍ ଯାନିକରେ ସତେ ।
ସତ୍ କହୁଛେ ଗର୍'ବ କର୍'ସି କେତେ
ମୁଇଁ ଗଅଁଲିଆ ପିଲା,
ସହର୍ ଚାଲି ଚଲନ୍ ବନେ ନାଇଁ ଲାଗେ
ମୁଇଁ ଆଏ ହୋ ଗଅଁଲିଆ ।