ଆମର୍ ସଂସ୍'କୁର୍'ତି
ଆମର୍ ସଂସ୍'କୁର୍'ତି


ଧିରେ ଧିରେ ଆମର୍ ସଂସ୍'କୁର୍'ତି
ହେଇ ଯାଉଛେ ବଏନ୍
ବାହାର୍ ଦେଶର୍ ପରମ୍'ପରା
ଲାଗୁଛେ କେତେ ଅଏନ୍ ।
ହଜିଗଲାନ ବହୁର୍ ଶାଢି଼ ପିନ୍ଧା
ପିନ୍ଧୁଛେ ଏଭେ ଲେହେଙ୍ଗା
ମୁବାଇଲ୍ ଫୁନ୍ ଆଏଲା ଦିନୁ
ଭାବ୍ ହେଲାନ ମହଙ୍ଗା ।
ପିଲା,ଟୁକେଲ୍ ପିନ୍ଧୁଛନ୍ ଏନ୍ତା କପ୍'ଟା
ଦେହେ ଦିସେ ଫାଲ୍ ଫାଲ୍
ନାଇନ ଲୁକ୍'ଲୁକାନି,ବାଡିଡେଗାନି
ଟିକ୍'ଟକ୍ କରେ କମାଲ୍ ।
କେତେ ସର୍'ଧା ଥି ମାଁ ରାନ୍ଧିଥିଲେ
ତାହାକେ ଦେସନ୍ ବାଉନି
ଚଟପଟା ଖାନା ପସନ୍ କରୁଛନ୍
ଗୁପ୍'ଚୁପ୍,ବିରିଆନି ।
କଥା ପଦେ ଲାଗ୍'ବାର୍ ନାଇନ ସମିଆଁ
ବଦିଲିଗଲା ଆମର୍ ଦୁନିଆଁ
ବାହାର୍ ଦେଶର୍ ପରମ୍'ପରା
ଆମ୍'କୁ କଲାନ କିମିଆଁ ।
ଆସ ବଂଚାମା ଆମର୍ ସଂସ୍'କୁର୍'ତି
ସମ୍'କୁ ଆମେ ସିଖାମା
ସବୁଠାନୁ ଭଲ୍ ଆମର୍ ସଂସ୍'କୁର୍'ତି
ବାହାର୍ ଦେଶ୍'କେ ବତାମା ।
ସିଖେଇଦେମା ତାହାକୁ ଶାଢି଼ ପିନ୍ଧା
ଖୁଆମା,କର୍'ଡି ହେଣୁଆ
ଛୁଲୋଲାଇ,କାଂଚିକୁଡି,ରଜା,ରାନୀ ଖେଲ୍
ସବୁନୁ ଆମର୍ ବଢିଆଁ ।