ଟୁରୁ ଲଭ୍
ଟୁରୁ ଲଭ୍


ବଡା ଦିନୁ ନୁରୁଥିଲି ଟୁକେଲ୍ ଗୁଟେ
କର୍'ମି ବଲି ସେଟିଙ୍ଗ
ଦିନ୍ ଗନି ଗନି ରାଏତ୍ ପାହିଯାଏ
କରି କରି ତାର୍ ଉଏଟିଙ୍ଗ।
ପଟ୍'ବାର୍ ତ ଦୁରର୍ କଥା ଆଏ
ସିଙ୍ଗଲ୍ ଦିନ୍ ଯାଉଥିଲା
ଯାହାକେ ମନର୍ କଥା କହୁଥିଲି
ମତେ ମନା କରୁଥିଲା ।
ଚେହେରା ଦେଖି ବାଉନି ଦେଉଥିଲେ
ଟିକେ ଥିଲି ବଲି କଳା
ନିଜ୍'କୁ ନିଜେ ବୁଝେଇ ବୁଝେଇ
ଦିନ୍ କାଟୁଥିଲି ଏକେଲା ।
ଦିନ୍ କର୍ କଥା ହେଲା ବଡା ଝମେଲା
ଫୁନ୍ ଗୁଟେ ଆଏଲା
ଚିହ୍ନାର୍ ନାଇଁ ଜନାର୍ ନାଇଁ ସେ ଟୁକେଲ୍
ଆ,ଲା,ବୁ ମତେ କହେଲା ।
ଦମ୍'ଧରି ରହିଁ ନାଇଁ ପାର୍'ଲି ଆଉ
ମୁଇଁ ଭି କହେଲି ତାହାକେ
ଉସତ୍ ମନେ ଟିକେ ବଢେଇ କରି
ଆ,ଲା,ବୁ କହେଲି ଘାଏଁକେ ।
ଦେଖୁନ୍,ଦେଖୁନ୍ ଗଲିରେ ବଦିଲି
ଫୁନ୍'ରେ ରହେଲି ବିଜି,
ଦୁଇ ମାସ୍ କଥା ଲାଗ୍'ଲା ଉତାରୁ
ଭେଟ୍'ଘାଟ୍ ହେମୁ ଆଜି ।
ଅଏନ୍ କରି ଟିକେ ସଜେଇ ହେଇଛେ
ପାଉଡର୍,ଅଁତର୍ ଲଗେଇ
ବଡା ସୁନ୍ଦିରୀ ଲାଗ୍'ସି କେତିନି କେତେ
ଡିପି ଥି ଦେଖିଛେ ମୁଇଁ ।
ସମିଆଁର୍ ଆଘୋନୁ ପୁହୁଚିକରି
ତାର୍ ବାଟ୍ ଥିଲି ଟାକିଁ
ସେ ଜାଗାନୁ ବସି,ବସି କରି
ଚାହା ପିଉଥିଲି ଫୁକି ।
ଆଏଲା ପାକ୍'କେ ଚିହ୍'ନି ନାଇଁ ପାର୍'ଲି
ଇଟା ବଲି ସେ ଟୁକେଲ୍
ଯାହାର୍ ସାଙ୍ଗେ ଦିନ୍ ରାଏତ୍ କଥା ହେଉଥିଲି
ହାତେ ଧରି ମୁବେଲ୍ ।
ସେ ଦିସୁଥିଲା ପର୍'ରା ଖିର୍ ଖିର୍
ଇ କାହିଁ କଳା ବିଲେଇ
ଫଟୁର୍ କଥାକେ ଭାବି,ଭାବି କରି
ହେଇଗଲି ଗୁନ୍ଦୁଲେଇ ।
ପଚ୍'ରାଲି ତାହାକେ ଯାଏଁ,ଯାଏଁ ଟା
କହିଦେଲା ସବୁ ସତ୍
କିଛି ଉପେୟେ ନାଇଁ ଜୁଟ୍'ଲା ମୁଡେଁ
ହେଲା ବଡା ବିପଦ୍ ।
ନାଇଁ ଦେଖିକରି ଭଲ୍ ପାଇଥିଲି
ତାର୍ ସଜା ପାଏଲି
ପହେଲା କରି ଦିଲ୍ ଦେଇଥିଲି ଯେ
ତାହାକେ ବିହା ହେଲି ।
ସିଙ୍ଗଲ୍ ପଛେ ରହେବ ଭାଇ ମାନେ
ନାଇଁ କର୍'ବ ମୁବେଲ୍ ଲଭ୍
ମୋର୍ ଲେଖେ ନାହେତ ପସ୍ତେଇ ହେବ
ନାଇଁ ଦେଖି କଲେ ଟୁରୁ ଲଭ୍ ।