STORYMIRROR

Biswanath Nayak

Romance

4  

Biswanath Nayak

Romance

ସମ୍ପର୍କ_______

ସମ୍ପର୍କ_______

1 min
658


କେତେ ଦୂରେ ରବି ଜାଣେନା ପଦ୍ମିନୀ

        ବୁଝେ କିନ୍ତୁ ତା'ର ମନର ଦଶା। 

ରକ୍ତିମ ଅଧରେ ଖିଲି ଖିଲି ହସି

         ବାଢିଦିଏ ପ୍ରେମ ପ୍ରଣୟ ଭାଷା।


କୁମୁଦ ବୁଝେନା କେତେ ଦୂରେ ଚାନ୍ଦ

        ସଞ୍ଜ ହେଲେ ଖୋଲେ ଅବଗୁଣ୍ଠନ। 

ତା ଚାରୁ ଲପନ ବିଲୋକି ଚନ୍ଦ୍ରମା

         ପୁଲକିତ ହୁଏ ତା ପ୍ରାଣ ମନ। 


ଅବଲୋକି ଘନ ଚାରୁ ଅପଘନ

         ଘନ ବନେ ନାଚେ ମୟୂରୀ ମନ। 

ଯେତେ ଦୂରେ ଥିଲେ କିଶୋରୀ ରାଧିକା

          ତା ଶ୍ରୁତିକି ଶୁଭେ ମୁରଲୀ ସ୍ଵନ। 


କଳ ନିନାଦିନୀ ପିଆସୀ ତଟିନୀ

          ରଖିଥାଏ ସଦା ସାଗରେ ଲୟ। 

ଯେତେ ଦୂରେ ଥିଲେ ଜୀବନ ସଙ୍ଗିନୀ

          ମନ ଖୋଜୁଥାଏ ପରାଣପ୍ରିୟ। 


ସ୍ନେହ ଆଉ ପ୍ରେମ ଦୂରତା ଜାଣେନା

          ପ୍ରିୟା ପାଶେ ସଦା ପ୍ରିୟର ମନ। 

ମନ- ମୁକୁରରେ ଜଣେ ଦେଖୁଥାଏ

          ଆନ ପ୍ରତିଛବି ହୋଇ ମଗନ। 


ପାଶେ ପାଶେ ଥିଲେ ସେନେହ ନଥିଲେ

          ସମ୍ପର୍କର ସେତୁ ଅନେକ ଦୂର। 

କୁସୁମିତ ପଥ ଲାଗଇ ବନ୍ଧୁର

          ଓଠ ହସେ ସିନା ମନ ବିଧୁର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance