ଅଳପ ଆଳାପ ____________
ଅଳପ ଆଳାପ ____________
1 min
20
ମନେ ସ୍ନେହ ଥିଲେ ଅଳପ ଆଳାପେ
ବନ୍ଧୁତ୍ବ ତ ହୋଇଯାଏ।
ମନେ ଭକ୍ତି ଥିଲେ ଅଳପ ଡ଼ାକରେ
ପ୍ରଭୁ କୃପା ମିଳିଯାଏ।
ମନେ ପ୍ରେମ ଥିଲେ ଅଳପ ହସରେ
ଜଗତ ଆପଣା ହୁଏ।
ଆସକ୍ତି ନଥିଲେ ଅଳପ ପ୍ରାପ୍ତିରେ
ମନ ତୃପ୍ତ ହୋଇଯାଏ।
ତ୍ୟାଗ ଭାବ ଥିଲେ ଅଳପ ଦାନରେ
ବହୁ ଶାନ୍ତି ମିଳିଥାଏ।
ମନେ ନିଷ୍ଠା ଥିଲେ ଅଳ୍ପ ସାଧନାରେ
ସିଦ୍ଧି ତ ପ୍ରାପତ ହୁଏ।
ମନେ ଧୈର୍ଯ୍ୟ ଥିଲେ ଅଳ୍ପ ପ୍ରଚେଷ୍ଟାରେ
ବିପଦ ତ ଟଳିଯାଏ।
ମନ ଖୁସି ଥିଲେ ଅଳପ ସମୟେ
ବହୁ କାମ ହୋଇଥାଏ।
ଅଳପ ମୁହୂର୍ତ୍ତ ବଦଳାଇପାରେ
ଗତିପଥ ଜୀବନର।
ଅଳପକୁ ହେୟଜ୍ଞାନ ନ କରି ତା
ମୂଲ୍ୟ ବୁଝେ ଯେବେ ନର।
