STORYMIRROR

Biswanath Nayak

Others

4  

Biswanath Nayak

Others

ବିଡ଼ମ୍ବନା ________

ବିଡ଼ମ୍ବନା ________

1 min
303


ଆଲୋକ ଦେବାକୁ ଚାହେଁ ଯେ ଅନ୍ୟକୁ

ଜଳିବାକୁ ତାକୁ ହେବ। 

ବିନା ଜଳିବାରେ ଆଲୋକବର୍ତ୍ତିକା 

କେହି କି ହୋଇ ପାରିବ !

ଯେ ଚାହେଁ ଅନ୍ୟକୁ ଦେଖାଇବା ପାଇଁ 

ଦୁନିଆରେ ଜ୍ଞାନାଲୋକ। 

ସାଧନା ବଳରେ ହେବାକୁ ପଡ଼ିବ 

ତାକୁ ଜ୍ଞାନର ଆଲୋକ। 

ଚାଷୀ ଯେବେ ଚାହେଁ ଭୋକିଲା ପେଟକୁ 

ଯୋଗାଇବା ପାଇଁ ଅନ୍ନ। 

ପରିଶ୍ରମ କରି କରିବାକୁ ହେବ

ତାକୁ ଶସ୍ୟ ଉତ୍ପାଦନ। 

ଇଚ୍ଛା କରେ ଯେବେ ଅନିଳ ଲୋକଙ୍କୁ 

ଶୀତଳତା ଦେବା ପାଇଁ। 

ବହିବାକୁ ହେବ ତାକୁ ଯେ ସର୍ବଦା

କେବେହେଁ ସ୍ଥିର ନ ରହି। 

ନଦୀ ଯେବେ ଚାହେଁ ତଟ ବାସିନ୍ଦାଙ୍କୁ

ଦେବା ପାଇଁ ସ୍ଵଚ୍ଛ ନୀର। 

ପ୍ରବାହିତ ତାକୁ ହେବାକୁ ପଡ଼ିବ 

ନ ରହି ଗିରି କନ୍ଦର। 

ଶସ୍ୟଶ୍ୟାମଳା କରିବାକୁ ଚାହେଁ 

ଯେବେ ମେଘ ଧରଣୀକୁ। 

ନିରବେ ନ ରହି ଧରଣୀ ବକ୍ଷରେ 

ହେବ ତାକୁ ବର୍ଷିବାକୁ। 

ଚାହିଁବାରେ ଖାଲି କିଛି ଲାଭ ନାହିଁ 

ଲୋଡ଼ା କଠୋର ସାଧନା। 

ବିନା ସାଧନାରେ ସିଦ୍ଧି ଚାହିଁବାଟା

ମାତ୍ର ଏକ ବିଡ଼ମ୍ବନା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍