STORYMIRROR

Biswanath Nayak

Others

4  

Biswanath Nayak

Others

ବର୍ଷା ପ୍ରତି

ବର୍ଷା ପ୍ରତି

1 min
18

ବର୍ଷା ପ୍ରତି

__________

ବରଷା ଗୋ ! ତୁହି ଅଭିମାନ କରି

ରହନା ମୋଠାରୁ ଦୂରେ।

ଧରଣୀରାଣୀ ମୁଁ ପ୍ରତୀକ୍ଷା କରିଛି

ବ୍ୟାକୁଳିତ ନୟନରେ।

ପ୍ରିୟ ପୁତ୍ର ମୋର କୃଷକ ତା ଘରେ

ବସିଛି ମୁହଁ ଶୁଖେଇ।

ତୁ ବର୍ଷୁନୁ ବୋଲି ମନ ଦୁଃଖେ ସିଏ

ରହିଛି ଆକାଶେ ଚାହିଁ।

ନଦୀ ନାଳ ବିଲ ଶୁଖିଲା ପଡ଼ିଛି

ଚାଷ କାମ ହୁଏ ଡେରି।

ସେଥିପାଇଁ ପରା ମୋ କୃଷକ ପୁଅ

ବସିଅଛି ମନ ମାରି।

ଚଷା ପୁଅ ମୋର ଲକ୍ଷେ ଜୀବ ପୋଷା

ସଭିଙ୍କୁ ଯୋଗାଏ ଅନ୍ନ।

ସେ ରହିଲେ ସୁଖେ ଖୁସିରେ ରହିବେ

ମୋର ସକଳ ସନ୍ତାନ।

ଜାଣିଛି ମୁଁ ଯେଣୁ ମୋ ସନ୍ତାନଗଣ

ଗଛ କାଟି ପଦା କଲେ।

ନଷ୍ଟ କଲେ ପରିବେଶ ତେଣୁ ରୁଷି

ନ ବରଷୁ ତୁହି ଭଲେ।

ସନ୍ତାନର ଦୁଃଖ କିପରି ସହିବି

ମୁଁ ପରା ତାଙ୍କର ମାଆ।

ଅନୁରୋଧ ତୋତେ ବର୍ଷା ! ମୋ ବୁକୁରେ

ଶୀଘ୍ର ତୁ ବରଷି ଯାଆ।

ଧରଣୀବାସୀଙ୍କ ପକ୍ଷରୁ ମୁଁ ବର୍ଷା !

ଦେଉଛି ତୋତେ ବଚନ।

ଜଙ୍ଗଲ ନକାଟି ମୋ ସନ୍ତାନଗଣ

କରିବେ ବୃକ୍ଷ ରୋପଣ।

________________________________

© ବିଶ୍ଵନାଥ ନାୟକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍