STORYMIRROR

Biswanath Nayak

Others

4  

Biswanath Nayak

Others

ଆଜି ନହେଲେ ବି କାଲି

ଆଜି ନହେଲେ ବି କାଲି

1 min
17


ଆଜି ଯଦି ଦୁଃଖ ଆସିଛି ଜୀବନେ 

କାଲିକି ସୁଖ ଆସିବ। 

ଆଜି ଯଦି ମେଘ ଘୋଟିଛି ଆକାଶେ 

କାଲିକି ସୂର୍ଯ୍ୟ ଦିଶିବ। 

ଆଜି ଯଦି ନଦୀ ଶୁଖିଲା ପଡ଼ିଛି 

କାଲି ପୂର୍ଣ୍ଣଗର୍ଭା ହେବ। 

ଆଜି ଯଦି ଫୁଲକଢ଼ି ନ ଫୁଟିଛି 

କାଲିକି ନିଶ୍ଚେ ଫୁଟିବ। 

ଆଜି ଯଦି ଅମା ଅନ୍ଧକାର ଅଛି 

କାଲି ଚନ୍ଦ୍ର ପ୍ରକାଶିବ। 

ଆଜି ଯଦି ଗଛ ଥୁଣ୍ଟା ଦିଶୁଅଛି 

କାଲି ପତ୍ର କଅଁଳିବ। 

ଆଜି ଯେଉଁ ବନ୍ଧୁ ଅଭିମାନେ ଅଛି

କାଲି ସେ ନିଶ୍ଚେ ହସିବ। 

ଆଜି ଯେ ଚେଷ୍ଟାରେ ବିଫଳ ହୋଇଛି

କାଲି ସେ ସଫଳ ହେବ। 

ଆଜି ଯାହା ଲାଗେ ଅସମ୍ଭବ ବୋଲି

କାଲି ତା ସମ୍ଭବ ହେବ। 

ଆଜି ଯାହା ନାହିଁ ହାତ ପାଆନ୍ତାରେ

କାଲି ତା ହାତରେ ଥିବ। 

ଯେଉଁ ପଥ ଆଜି ଦୁର୍ଗମ ଲାଗୁଛି 

କାଲି ତା ସୁଗମ ହେବ। 

ଯିଏ ଆଜି ଶତ୍ରୁ ପରି ମନେହୁଏ 

କାଲି ସେ ମିତ୍ର ହୋଇବ। 

ଆଜି ଯେଉଁ ମନ କଥା ମାନୁନାହିଁ 

କାଲିକି କଥା ମାନିବ। 

ଆଜି ଯଦି ପ୍ରଭୁକୃପା ମିଳିନାହିଁ 

କାଲିକି ତାହା ମିଳିବ। 

ଆତ୍ମବିଶ୍ବାସ ଓ ଧୈର୍ଯ୍ୟ ରଖି ଯିଏ

ପ୍ରଚେଷ୍ଟା ଜାରି ରଖିବ।  

ଆଜି ନହେଲେ ବି କାଲି ନିଶ୍ଚେ ତାକୁ 

ସଫଳତା ପ୍ରାପ୍ତି ହେବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍