STORYMIRROR

Biswanath Nayak

Others

4  

Biswanath Nayak

Others

ଲାଜ

ଲାଜ

1 min
133


ନାରୀ ଅପମାନ ଯୋଗୁଁ ଲେଖାହେଲା

ରାମାୟଣ ଓ ଭାରତ।

ନାରୀ ଆଖି ଲୁହେ ସ୍ଵର୍ଣ୍ଣ ଲଙ୍କା ଧ୍ଵଂସ

ଦର୍ପୀ କୁରୁବଳ ହତ।

ତ୍ରେତାଯୁଗ ଗଲା ଦ୍ଵାପର ବି ଗଲା

କଳିଯୁଗ ଆସି ହେଲା।

ପୁରାଣପୃଷ୍ଠାରୁ ତଥାପି ମାନବ

କିଛି ଶିକ୍ଷା ନ ଲଭିଲା।

ମାଆ ରୂପେ ଦଶମାସ ଗର୍ଭେ ଧରି

ନାରୀ ଦିଏ ପୁତ୍ର ଜନ୍ମ।

ସେହି ପୁତ୍ର ମାତୃଜାତି ମାନ ଭୁଲି

କରେ ନାରୀ ଅପମାନ।

ଭଗ୍ନୀ ରୂପେ ନାରୀ ସୁରକ୍ଷା ପାଇଁକି

ଭାଇ ହାତେ ବାନ୍ଧେ ରାକ୍ଷୀ।

ସେହି ଭାଇ ନାରୀ ଅପମାନ କରେ

ସଭ୍ୟସମାଜ ତା ସାକ୍ଷୀ !

ଜନନୀ ଭଗିନୀ ଜାୟା ରୂପେ ନାରୀ

ଏହି ଜଗତ ଆଧାର।

ଯୋଗମାୟା ରୂପେ ସର୍ଜଇ ଜଗତ

ତା ପାଇଁ ସୃଷ୍ଟି ସୁନ୍ଦର।

ସମାଜରେ ନାରୀ ଲଭିଲେ ସମ୍ମାନ

ଦେବତା ହୁଅନ୍ତି ତୋଷ।

ଯେଉଁ ଘରେ ନାରୀ ସମ୍ମାନିତା ହୁଏ

ସେଠି ଲକ୍ଷ୍ମୀଙ୍କ ନିବାସ।

ନାରୀ ନ ଲଭିଲେ ଉଚିତ ସମ୍ମାନ

ଆହେ ଶିକ୍ଷିତ ସମାଜ !

ନୁହେଁ ଏହା ଖାଲି ନାରୀ ଅପମାନ

ମାନବଜାତିକୁ ଲାଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍