STORYMIRROR

Biswanath Nayak

Others

4  

Biswanath Nayak

Others

ଲୁହ ଓ ବର୍ଷା

ଲୁହ ଓ ବର୍ଷା

1 min
18


ବରଷାରେ ସିନା ଦେହ ଭିଜିଯାଏ

ଲୁହରେ ଭିଜଇ ମନ। 

ଲୁହ ସାଥେ ସମ ହୋଇ ପାରେନାହିଁ 

ଲକ୍ଷେ ଧାରା ଶିରାବଣ। 


ଶ୍ରାବଣର ବର୍ଷା ଦେହକୁ ଭିଜାଇ

ତା ବାଟରେ ଚାଲିଯାଏ। 

ଅନ୍ତରର ଲୁହ ସଦା କିନ୍ତୁ ଝରି

ମନକୁ ଭିଜାଉ ଥାଏ। 


ଧରଣୀ ଜାଣିଛି ଆଷାଢ଼-ଶ୍ରାବଣେ 

ବରଷା ଋତୁ ଆସିବ। 

ନରକୁ ଅଜଣା ଲୁହର ଶ୍ରାବଣ

କେବେ ତା ନିୟତି ହେବ। 


ପ୍ରବଳ ବରଷା ଦିଏ ଯେଉଁ ଦୁଃଖ 

ତାକୁ ସିନା ସହି ହୁଏ। 

ଲୁହ ଦିଏ ଯେଉଁ ଅସହ୍ୟ ଦୁଃଖ ତା

ଅନୁଭବି ଜାଣିଥାଏ। 


ବରଷା ବରଷେ ସମସ୍ତଙ୍କ ପାଇଁ 

ଏକଥା ଜାଣିଛି ବିଶ୍ଵ। 

କିନ୍ତୁ ମଣିଷର ଆଖିଲୁହ ଅଟେ

ତାର ସମ୍ପୂର୍ଣ୍ଣ ନିଜସ୍ଵ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍