STORYMIRROR

Biswanath Nayak

Others

4  

Biswanath Nayak

Others

ସତ୍ୟ ଓ ମିଥ୍ୟା _____________

ସତ୍ୟ ଓ ମିଥ୍ୟା _____________

1 min
17


ଯେତେ ଅଣଦେଖା କଲେ ବି ସତ୍ୟକୁ

ସତ୍ୟ ବିଦ୍ୟମାନ ଥାଇ। 

ସମୟ ଚକ୍ରରେ ଜଗତ ବଦଳେ 

ସତ୍ୟ ବଦଳଇ ନାହିଁ। 

ସତ୍ୟକୁ ମିଥ୍ୟାର ଯେତେ ରଙ୍ଗ ଦେଲେ

ସତ୍ୟ ମିଥ୍ୟା ନ ହୁଅଇ। 

ସତ୍ୟର ସ୍ଵରୂପ ସଦା ରହେ ଏକ

ମିଥ୍ୟା ରୂପ ବଦଳଇ। 

ଜଗତେ ମିଥ୍ୟାର ସ୍ଥିତି କିଛି ନାହିଁ 

ସତ୍ୟ ସଦା ବିଦ୍ୟମାନ। 

ସତ୍ୟ ହିଁ ଈଶ୍ବର ସତ୍ୟ ହିଁ ଶାଶ୍ଵତ 

ସତ୍ୟ ଅଟେ ସନାତନ। 

ହୋଇଥାଉ ଧନୀ ଅବା ମାନୀ ଜ୍ଞାନୀ

ହେଉ ଅବା ବଳବାନ। 

ସମସ୍ତଙ୍କ ପାଇଁ ସତ୍ୟ ଅଟେ ଏକ

ମିଥ୍ୟା ଅଟେ ଭିନ୍ନ ଭିନ୍ନ। 

ସତ୍ୟ ପ୍ରମାଣର ଅପେକ୍ଷା ରଖେନା

ସତ୍ୟ ସ୍ଵୟଂ ପ୍ରମାଣିତ। 

ସ୍ଥିତିହୀନ ମିଥ୍ୟା ବଞ୍ଚିବା ପାଇଁକି 

ପ୍ରମାଣ ଖୋଜେ ସତତ। 

ସତ୍ୟର ସରଣୀ ଗୋଟିଏ ଆଡ଼କୁ 

ଦିଗ ତା ବଦଳେ ନାହିଁ। 

ମିଥ୍ୟାର ସରଣୀ ଅନେକ ଆଡ଼କୁ 

ଦିଗ ତା ବଦଳୁଥାଇ। 

ଗୋଟିଏ ମିଥ୍ୟାର ପ୍ରମାଣ ପାଇଁକି 

ଲୋଡ଼ା ଶହ ଶହ ମିଥ୍ୟା। 

ଈଶ୍ୱର ସମାନ ସତ୍ୟ ଅଟେ ଏକ 

ଏକଥା ନୁହେଁ ଅନ୍ୟଥା। 

ସତ୍ୟ ଅଟେ ମୂଳ ସୁଖ ଓ ଶାନ୍ତିର 

ମିଥ୍ୟା ଅଶାନ୍ତିର ବୀଜ। 

ମିଥ୍ୟା ଜୀବନକୁ କରେ ଦୁର୍ବିସହ 

ସତ୍ୟ କରଇ ସହଜ। 

ସତ୍ୟକୁ କିଏ ବା ଅଙ୍ଗୀକାର କରୁ

ଅବା କରୁ ଅସ୍ବୀକାର। 

ସତ୍ୟକୁ କିଛି ତ ଫରକ ପଡ଼େନା

ସତ୍ୟ ସଦା ନିର୍ବିକାର। 

ମିଥ୍ୟା ମାନବକୁ ବନ୍ଧନେ ପକାଏ

ସତ୍ୟଟି ମୁକ୍ତିର ହେତୁ। 

ଜୀବନର ଲକ୍ଷ୍ୟ ହାସଲ ପାଇଁକି 

ସତ୍ୟଟି ଅଟଇ ସେତୁ। 

ଜାଣି ଯେ ସତ୍ୟକୁ ଗର୍ବ ଅହଙ୍କାରେ 

କରୁଥାଏ ଅସ୍ଵୀକାର। 

ଦିନେ ନା ଦିନେ ସେ ଏହି ଦୁନିଆରେ 

ସତ୍ୟକୁ କରେ ସ୍ଵୀକାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍