ଜାଗରଣ
ଜାଗରଣ
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ଆଖି ଆଗେ ଯଦି ଅନ୍ୟାୟ ଦେଖି ସେ
ସ୍ଵର କେବେ ନ ଉଠାଏ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
କ୍ରୋଧକୁ ସେ ନିଜ ଶତ୍ରୁ ଜାଣି ଯେବେ
ନିଜେ ତାକୁ ପାଳୁଥାଏ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ନିଜର ଦୋଷକୁ ନଦେଖି ସେ ଯଦି
ଅନ୍ୟ ଦୋଷ ଦେଖୁଥାଏ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ଆତ୍ମାକୁ ନଜାଣି ଯେବେ ସେ ଦେହକୁ
ମୁଁ ବୋଲିଣ ଭାବୁଥାଏ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ଗୀତା ଭାଗବତ ପଢ଼ି ସିଏ ଯେବେ
ତୋର ମୋର ଭାବ ବହେ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ଆଚରଣେ ନାହିଁ କଥାରେ ସେ ଯଦି
ଖାଲି ଉପଦେଶ ଦିଏ !
ଆଖିଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ପିତାମାତା ସେବା ନକରି ସେ ଯେବେ
ମନ୍ଦିର ତୋଳାଉଥାଏ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ଅହିଂସା ପରମ ଧର୍ମ ନଜାଣି ସେ
ଯେବେ ଧାର୍ମିକ ବୋଲାଏ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ନର ଜନ୍ମ ଲକ୍ଷ୍ୟ ନଜାଣି ସେ ଯେବେ
ବୃଥା ଜୀବନ ବିତାଏ !
ଆଖି ଖୋଲା ଯାର କିପରି କହିବା
ଜାଗ୍ରତ ମଣିଷ ସିଏ !
ସର୍ବଘଟେ ଏକ ଆତ୍ମା ବିରାଜିତ
ଯଦି ସେ ବୁଝି ନଥାଏ !
