STORYMIRROR

Pinku Ranbida

Others

3  

Pinku Ranbida

Others

କାଳିଆ ଡାକିଛି

କାଳିଆ ଡାକିଛି

1 min
198


ରଥ ଚାଲେ ଗଡି ଗଡି

ଦଉଡି ଧରିଥା ଭିଡି

କାଳିଆ ରଜା ସେ

ଆଉଛିରେ ମାଡି ମାଡି ।।


କାଳିଆ ଡାକିଛି

ଭାବ ତା ଲାଗିଛି

ଦେଖିବୁ ଚକାନୟନ

ସାର୍ଥକ ହେବ ଜୀବନ ।।


ଭାବ ଲଗେଇ ଦେ

ଭକତି ଡୋରିରେ 

କାଳିଆ ସାଥିରେ

ପୁରୀ ବଡ ଦାଣ୍ତରେ ।।


ଏଁ ମଣିଷ ଜୀବନ

ନୁହଁ ଚୀରଦିନ

ଭାଗ୍ୟରେ ଥିଲେ ମିଲେ

କାଳିଆର ଦରଶନ ।।


ଭାବ ତୋ ଲଗେଇ ଦେ

ପ୍ରେମ ବନ୍ଧନେ ଛନ୍ଧି ଦେ

ଧିରେ ଧିରେ ରଥ ଦଉଡି

ଟାଣି,ଟାଣି ଆଗକୁ ନେ ।।


ରଥ ଚାଲେ ଗଡି ଗଡି

ଦଉଡି ଧରିଥା ଭିଡି

କାଳିଆ ପାଖରେ ନେ ସରଣ

ଜପୁଥା ତା'ନାମ ରାତିଦିନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍