କାଳିଆ
କାଳିଆ

1 min

167
ଭାବ ଭକତିରେ ଡାକୁଛି କାଳିଆ
ଥରେ ଦେ ତୋ ଦରଶନ,
ରଥଯାତାର ଦେଖିବି ତୋହରି
ଏତିକି କରେ ନିବେଦନ ।
ନିବେଦନ ମୋର ଶୁଣିବା ହେଉ ହେଁ
ତୁମେ ଜଗତର ନାଥ,
ଭକତ ଡାକିଲା ବୋଲି ହୋ ସାଆନ୍ତେ
ଅଟକିଗଲା ତୁମ ରଥ ।
ରଥକୁ ଟାଣିବି କୁନି ହସ୍ତେ ମୋର
ବଡଦାଣ୍ଡରେ ତୁମରି,
ଡୋରି ଲଗେଇଦେ ଯିବି ଶ୍ରୀକ୍ଷେତ୍ର
ଦେଖିବି ତୁମକୁ ହରି ।
ହରି, ହରି ନାମ ଜପି,ଜପି କାଁ
ସରି ଯାଏଁ ମୋ ଜୀବନ,
ସଞ୍ଜ,ହେଉ ଅବା ସକାଳ ହେଉ
ତୋ ପାଖେ ଅଛି ମୋ ମନ ।
ମନ ମନ୍ଦିରରେ ସାଇତି ରଖିଛି
ତତେ ରେ କାଳିଆ ରଜା,
ଭାବ ଲଗେଇଦେ ଭକତି ଡୋରିରେ
ତୋ ସାଥେ କରିବି ମଜା ।