STORYMIRROR

Salila Sarangi

Tragedy Fantasy

5  

Salila Sarangi

Tragedy Fantasy

ଭୃଣ ହତ୍ୟା

ଭୃଣ ହତ୍ୟା

1 min
476


ସରଳ, ନିଷ୍ପାପ, ଅଵୋଧ ଶିଶୁଟି

ଅଟଇ କୋମଳ ମତି

ଗରଭେ ତାହାକୁ ହତ୍ୟା କରି କୁହ

ଅରଜୁଛ କେଉଁ ଖ୍ୟାତି।

ଗର୍ଭସ୍ଥ ସନ୍ତାନ ଜାଣି କନ୍ୟା ରତ୍ନ

କରୁଅଛ ଭୃଣ ହତ୍ୟା

ପୁଅଝିଅ ମଧ୍ୟେ ପୃଥକ୍ କରଣ

ନୁହେଁ କି ହୀନ ମନ୍ୟତା।

ବଂଶ ରକ୍ଷା ପାଇଁ ପୁତ୍ର ଟିଏ ଚାହିଁ

ଝିଅ ପ୍ରତି ଅତ୍ୟାଚାର

ଆଜି ଦୁନିଆରେ ସକଳ କାର୍ଯ୍ୟରେ

ଝିଅଟିଏ ଆଗଭର।

ଏପରି କୌଣସି କାର୍ଯ୍ୟ ନାହିଁ ଯାହା

ଝିଅ ନ କରି ପାରୁଛି

ପୁଅଠୁ ଅଧିକ ପିତା ମାତାଙ୍କର

ଆଦର ଯତ୍ନ କରୁଛି।

ଯୈାତୁକ ରାକ୍ଷସ କଵଳରେ ଆଜି

ଝିଅଟେ ଅଲୋଡା ହୁଏ

ସ୍ରଷ୍ଟା ନ ରହିଲେ ସୁନ୍ଦର ସୃଷ୍ଟି କୁ

ତିଆରି କରିଵ କିଏ।

ଅତି ଆଧୁନିକ ବିଜ୍ଞାନ ପଦ୍ଧତି

ଵିନାଶକୁ ନିଏ ଟାଣି

ବୁଦ୍ଧି ଵିଵେକର ସ୍ଖଳନ ଘଟଇ

ମାନଵ ନ ପାରେ ଜାଣି।

ଵିଶ୍ଵ ନିୟନ୍ତାର ସୁନ୍ଦର ବିଚାର

ପାଖରେ ନୁଆଁଇ ମଥା

କୋମଳ କଢି କୁ ଫୁଟିଵାକୁ ଦିଅ

ତେଜ୍ୟ କରି ଘୃଣ୍ୟ ପ୍ରଥା।

ବୃଦ୍ଧ ବୟସରେ ସାହାରା ହୋଇବ

ପୁଅଟେ ହେଲେ ଜନମ

ସେ ଆଶା ଟିକକ ଆଜି ଧୂଳିସାତ

ଠିକଣା ବୃଦ୍ଧ ଆଶ୍ରମ।


    ‌‌ ‌‌‌‌‌‌‌


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy