STORYMIRROR

Salila Sarangi

Inspirational

3  

Salila Sarangi

Inspirational

ଗୁରୁ ହିଁ ସାକ୍ଷାତ ଈଶ୍ୱର

ଗୁରୁ ହିଁ ସାକ୍ଷାତ ଈଶ୍ୱର

1 min
133


ଗୁରୁ ହିଁ ସାକ୍ଷାତ ଈଶ୍ୱର ସମାନ

  ଏଥିରେ ସନ୍ଦେହ ନାହିଁ 

ମାନବ ରୂପରେ ଏ ମର୍ତ୍ତ୍ୟ ଧାମରେ

  ଜନ୍ମ ଲଭିଛନ୍ତି ସେହି।


ସେତ ଅଖିଳର ସେତ ନିଖିଳର

   ସର୍ବମୟ ତ୍ରାଣକର୍ତ୍ତା

 ସୁପ୍ତ ଜୀବନକୁ ଜାଗ୍ରତ କରାଏ

 ତାଙ୍କ ଅମୂଲ୍ୟ ବାରତା।


କଞ୍ଚା ମୃତ୍ତିକାର ଦିଅନ୍ତି ଆକାର

 ନିଜେ ସାଜି ବିଶ୍ଵକର୍ମା

ସ୍ବାର୍ଥ ପରିହିତ ଅକୁଣ୍ଠିତ ଚିତ୍ତେ

 ‌‌ ବାଣ୍ଟନ୍ତି ଜ୍ଞାନ ଗାରିମା।


ଅଵୋଧ ଶିଶୁର ଅନ୍ତରରେ ସୃଷ୍ଟି

  କରନ୍ତି ଜ୍ଞାନ ଭଣ୍ଡାର

ମାନସିକ ସ୍ତର ଅଭିବୃଦ୍ଧି କରି

  ସଂସାରେ ହୁଅନ୍ତି ସାର।


ଉତ୍ତମ ଚରିତ୍ର ବଳିଷ୍ଠ ବ୍ୟକ୍ତିତ୍ବ

  ତାଙ୍କ ପ୍ରଦତ୍ତ ସଂସ୍କାର

ଈଶ୍ୱର ସ୍ଵରୂପ ଯେଉଁ ଶିଷ୍ୟ ମାନି

  ସେ ଵାଣୀ କରେ ସ୍ଵୀକାର।


ପ୍ରାଚୀନ ଏ ଗୁରୁ ଶିଷ୍ୟ ପରମ୍ପରା

  ରହିଛି ଧରା ପୃଷ୍ଠରେ

ଗୁରୁ ଵିନା କିଏ ସଂସାର ସାଗରୁ

  ପାରିହେଵ ଅକ୍ଳେଶରେ।


ଆଜ୍ଞାଧୀନ ହୋଇ ଯେ କାର୍ଯ୍ୟ କରଇ

  ପହଞ୍ଚେ ଲକ୍ଷ୍ୟ ପଥରେ

ଗୁରୁ ଆଶିର୍ବାଦ ପୁଷ୍ପ ବୃଷ୍ଟି ହୁଏ

  ସେ ଶିଷ୍ୟ ମଥା ଉପରେ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational