STORYMIRROR

Salila Sarangi

Abstract

4  

Salila Sarangi

Abstract

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

1 min
323

ପିଞ୍ଜରା ବଦ୍ଧ ମୁଁ କ୍ଷୁଦ୍ର ଵିହଙ୍ଗଟେ

ନିରଵରେ ଅଶ୍ରୁ ବହେ 

ଅତୀତର ସ୍ମୃତି ମାନସ ପଟରେ 

ଗୋଟି ଗୋଟି ନାଚି ଯାଏ।

ନୀଳ ଆକାଶକୁ ଯେବେ ଚାହିଁ ଦିଏ

ମନେ ପଡେ ସେହି ଦିନ

ଡେଣା ଦୁଇ ମେଲି ଉଡି ଵୁଲୁଥିଲି

ନ ଥିଲା ଵାଧା ଵନ୍ଧନ।

ସୈ।ନ୍ଦର୍ଯ୍ୟମୟୀ ସେପ୍ରକୃତି ର ଶୋଭା

କରୁଥିଲି ନିଦର୍ଶନ

ହିଂସା ଦ୍ୱେଷ ମୋହ ମାୟା ତ୍ୟାଗକରି

ନିଷ୍କାମ କର୍ମରେ ଧ୍ୟାନ।

କିଚିରି ମିଚିରି ଶଵଦ ମୁଁ କରି

ଡାଳରୁ ଡାଳକୁ ଡିଏଁ

ଅସୁମାରୀ ସ୍ବପ୍ନ କଳ୍ପନା ରାଇଜେ

ବିଚରଣ କରୁଥାଏ।

ଡେଇଁ ଡେଇଁ ଵୁଲି କ୍ଷୁଦ୍ର କୀଟ ମାରି

ଗର୍ଭକୁ କ୍ଷେପଣ କରେ 

ପରିବେଶ ସୁସ୍ଥ ରଖିବା ପ୍ରୟାସ

କରିଥାଏ ନିରନ୍ତରେ। 

ଅନ୍ୟ ଅପକାର ଚିନ୍ତା କେବେ ମୋର

ଛୁଇଁ ନି ମନ ମଧ୍ୟରେ 

ସ୍ଵାର୍ଥପର ନୋହି ମଙ୍ଗଳ କରଇ

ସାଧ୍ୟ ମତେ ସମାଜରେ।

ପକ୍ବ ଫଳ ମୂଳ ନିର୍ଝରଣୀ ଜଳ

ପାନ କରି କ୍ଷୁଧା ତୃଷା

ଆନନ୍ଦ ମନରେ ଦିନ ବିତିଯାଏ 

ନିଶ୍ଚିନ୍ତେ ଲେଉଟେ ବସା। 

 ନୀଡ଼ ମଧ୍ୟେ ରହି କୁନି ଶାବକ ମୋ

ଫେରିବା ପଥକୁ ଚାହିଁ

ଅତି ଯତନରେ ଆହାର ଚଞ୍ଚୁରେ

ଆଣିଥାଏ ତାହା ପାଇଁ।

ଚାହୁଁ ଚାହୁଁ ସୁଖ ଦିନ ଚାଲିଗଲା

ଦୁର୍ଦ୍ଦିନ ଆସିଲା ମାଡି

ଘର ପରିବାର ହେଲା ମୋର ଦୂର

ଵ୍ୟାଧର ଜାଲରେ ପଡି।

ଧରି ଆଣି ମୋତେ ବିକ୍ରୟ କରିଲା

କିଛି ମୂଲ୍ୟ ବଦଳରେ

ନିରୁପାୟ ହୋଇ ଛଟପଟ ପ୍ରାଣ

ରୁଦ୍ଧ ପଞ୍ଜୁରୀ ଭିତରେ।

ଅନୁଭବି ଏକା ଅନୁଭବ କରେ

ଵନ୍ଦୀ ଜୀବନର ସ୍ବାଦ

ପରାଧୀନତାର ଶୃଙ୍ଖଳ ଭିତରେ

କାହିଁ ମୁକ୍ତିର ଆନନ୍ଦ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract