STORYMIRROR

Salila Sarangi

Tragedy

3  

Salila Sarangi

Tragedy

ସୁହାଗିନୀ

ସୁହାଗିନୀ

1 min
129

ସୁହାଗ ସିନ୍ଦୂର ସୀମନ୍ତରେ ଯାର

ସୁହାଗିନୀ ସେ ଅଟଇ

ପତି ପ୍ରାଣା ନାରୀ ପତି ସୁଖେ ସୁଖୀ

ପତି ଦୁଃଖେ ଦୁଃଖୀ ଥାଇ। 


ଅକ୍ଷତ ଅଞ୍ଜୁଳି ଯେବେ ହସ୍ତେ ଧରି

ପିତାର ଏରୁଣ୍ଡି ଡିଏଁ

ସ୍ଵର୍ଗ ସମ ତାର ସ୍ଵାମୀର ଦୁଆର

ତାହା ପାଇଁ ହୋଇ ଥାଏ।


ଭିନ୍ନ ପରିଚୟ ସ୍ଵାମୀର ନିଳୟ

ଭୂମିକା ସର୍ବଦା ଭିନ୍ନ

ସୂଚାରୁରୂପରେ ସମ୍ପାଦନା କରେ

ଅଭିନୟ ତା ନିଖୁଣ।


ନୂତନ ସୃଷ୍ଟି କୁ ଆଣି ଦୁନିଆକୁ

ପତ୍ନୀରୁ ହୁଏ ଜନନୀ

ନିଜ ଵକ୍ଷ ଚିରି ଅମୃତ ଅଜାଡ଼ି

ସନ୍ତାନର ହୁଏ ଋଣୀ।


ଵୃନ୍ଦାବତୀ ପାଶେ ସେ ଶୁଭ ମନାସେ

ନିତି ଜାଳି ସଞ୍ଜଵତୀ

ପରିବାର ପାଇଁ ଚିନ୍ତିତ ସେ ହୋଇ

ଭୁଲିଯାଏ ଦିନ ରାତି।


ସଂସ୍କାର ସଂସ୍କୃତି ପରମ୍ପରା ରୀତି

ବାନ୍ଧି ପଣତ କାନିରେ

ସ୍ବାମୀ ପାଶେ ରହି ଅଭୟ ଶୁଣାଇ

ଧୈର୍ଯ୍ୟ ଦିଏ ଦୁର୍ଦ୍ଦିନରେ।


ଶେଷ ଇଛା ତାର ତା ଶଙ୍ଖା ସିନ୍ଦୂର

 ବଜ୍ର ହୋଇ ରହିଥାଉ

ହୋଇ ସୁହାଗିନୀ ନେଉ ସେ ମେଲାଣି

ସମସାନେ ଜଳୁ ଜୁଇ।


ତା ଶଵ ଯାତ୍ରାରେ ଵିଞ୍ଚା ପଥ ପରେ

ହେଵ ଖଇ ଓ କଉଡ଼ି

ଅହିଅ ଡେଙ୍ଗୁରା ଶବଦ ସାଥିରେ

ଯିଵ ସଂସାରୁ ବାହୁଡ଼ି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy