STORYMIRROR

Sidhanta Parhi

Tragedy

4  

Sidhanta Parhi

Tragedy

ମୁଁ କାଶ୍ମୀର ..ଆଜି ମୁଁ ସ୍ତବ୍ଧ..

ମୁଁ କାଶ୍ମୀର ..ଆଜି ମୁଁ ସ୍ତବ୍ଧ..

1 min
213

ମୁଁ କାଶ୍ମୀର,

ମୁଁ ସୁନ୍ଦର , ହେଲେ ଆଜି ମୁଁ ରକ୍ତ ରଂଜିତ,

ରାଜନୀତି ର ପଶା ଖେଳ ରେ ମୁଁ ଆଜି ଭୟଭୀତ,

ମୋ ସନ୍ତାନ ହାତ ରେ ଆଜି କଲମ ଜାଗା ରେ ବନ୍ଧୁକ,

ପୁଅ ତାର ଖାଲି ପେଟେ ଶୋଏ ବୋଲି ମା ର ଦୁଃଖ,

ପ୍ରତି ଦିନ କେହି ହୁଏ ବିଧବା କେହି ହୁଏ ଅନାଥ,

ପ୍ରକୃତି ର କୋଳ ରେ ଥାଇ ବି ଗୁଳି ଶବ୍ଦରେ ଖୋଲେ ନିଦ।


ମୁଁ କାଶ୍ମୀର,

ଆଜି ମୁଁ ସ୍ତବ୍ଧ,

ଆଜି ମୁଁ ନୀରବ,

ହଁ କେବେ କେବେ ଚିତ୍କାର କରେ,

ଚିତ୍କାର କରି ନିଜ କ୍ଷୋଭ ବ୍ୟକ୍ତ କରେ,

ହେଲେ କେହି କଣ ଶୁଣିବାକୁ ଅଛି

ମୋ କାହାଣି,

ଆଜି ମୁଁ ଜଳୁଛି,

ଆଜି ମୁଁ କାନ୍ଦୁଛି,

ହେଲେ କେହି କଣ ବୁଝିବାକୁ ଅଛି ।


ଆଜାଦ କାଶ୍ମୀରର ନାରା ମୋ କାନେ ପଡେ,

ମୁଁ ଜାଣେନି କିନ୍ତୁ ସ୍ୱାଧୀନତା କଣ,

କେମିତି ବି ଆଙ୍କିବି ମୁଁ ଆଜାଦ କାଶ୍ମୀର ର ଚିତ୍ର,

ମୁଁ ଚାହେଁ ମୋ ସନ୍ତାନ ହାତ ରେ କଲମ,

ମୁଁ ଚାହେଁ ମୋ ମା ର ଆଖି ରେ ନ ଆସୁ ଲୁହ,

ଧର୍ମ ନାମ ରେ ଯୁଦ୍ଧ ମୋତେ ବୁଝା ଆସେନା,

କି ରାଜନୀତିର ଖେଳ ବୁଝିବାକୁ ଚାହେନା,

ମୁଁ ଚାହେଁ ଶାନ୍ତି,

ମୁଁ ଚାହେଁ ଉନ୍ନତି,


ହଁ ମୁଁ କାଶ୍ମୀର, ଆଜି ଜଳୁଛି,

ହଁ ମୁଁ କାଶ୍ମୀର, ଆଜି କାନ୍ଦୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy