STORYMIRROR

Sidhanta Parhi

Inspirational

4  

Sidhanta Parhi

Inspirational

ସ୍ୱାଧୀନ ଦେଶ ର ତୁମେ ସାଧାରଣ ମଣିଷ

ସ୍ୱାଧୀନ ଦେଶ ର ତୁମେ ସାଧାରଣ ମଣିଷ

1 min
427

ଚୁପ୍ ରହିବା ଶିଖ

ତୁମେ ଏଇ ଦେଶ ର ଗୋଟେ ସାଧାରଣ ମଣିଷ

ସ୍ଵାଧୀନତା ଏଇ ଦେଶ ରେ ଜନ୍ମଗତ ଅଧିକାର

କିନ୍ତୁ ତୁମ ପାଇଁ ସ୍ଵାଧୀନତା ଉପହାର ସଦୃଶ

ତୁମେ ଏଇ ଦେଶ ର ଗୋଟେ ସାଧାରଣ ମଣିଷ ।


ଦୁର୍ନୀତି ଭ୍ରଷ୍ଟାଚର ରେ ତୁମେ ପୀଡ଼ିତ

ଅନ୍ୟାୟ ଅଭିଚାର ରେ ତୁମେ ଜର୍ଜରିତ

କିନ୍ତୁ ଏଇ ସବୁ ତୋ ଶଯ୍ୟ କରିବାକୁ ହେବ

ତୁମେ ଯେ ଏଇ ଦେଶ ର ଗୋଟେ ସାଧାରଣ ମଣିଷ ।


ବାକ୍ ସ୍ଵାଧୀନତା ତୋ ଅଛି ଏଇ ଦେଶେ

କିନ୍ତୁ ପ୍ରଶ୍ନ କରିବାର ଅଧିକାର ନାହିଁ ତୁମ ପାଖେ

ସିଏ ତୋ ତୁମ ପାଇଁ ଅପରାଧ

ତୁମେ ଯେ ଏଇ ଦେଶ ର ଗୋଟେ ସାଧାରଣ ମଣିଷ ।


ଜନ୍ମ ଠୁ ମରଣ ଯାଏ ତୁମର ଚାଲିବା ଯୁଦ୍ଧ

କେବେ ନିଜ ସହ ଆଉ କେବେ ସମାଜ ସହ

କେବେ ରୋଜଗାର ପାଇଁ କେବେ ଆତ୍ମସମ୍ମାନ ପାଇଁ

କେବେ ଶିକ୍ଷା ପାଇଁ କେବେ ସ୍ୱାସ୍ଥ୍ୟ ପାଇଁ

କେବେ ଜାତି ପାଇଁ ଆଉ କେବେ ଧର୍ମ ପାଇଁ

କିନ୍ତୁ ଏଥିରେ କଣ ବା ଅଛି ନୂତନତ୍ବ

ଏଇ ତୋ ହେବା କଥା ଜନ୍ମଗତ ପ୍ରବୃତ୍ତି ତୁମର

ତୁମେ ଯେ ଏଇ ଦେଶ ର ଗୋଟେ ସାଧାରଣ ମଣିଷ ।


ଏଇ ଦେଶ ସ୍ଵାଧୀନ

ସ୍ଵାଧୀନ ଦେଶର ସ୍ଵାଧୀନ ନାଗରିକ ତୁମେ

ସ୍ଵାଧୀନତା ତୋ ଏଇ ଦେଶ ରେ ଜନ୍ମଗତ ଅଧିକାର

କିନ୍ତୁ ତୁମେ ଯେ ଏଇ ଦେଶ ର ଗୋଟେ ସାଧାରଣ ମଣିଷ

ମନେ ରଖିବାକୁ ହେବା ଏଇ ସ୍ଵାଧୀନତା ଯେ ତୁମ ପାଇଁ ଉପହାର ସଦୃଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational