STORYMIRROR

jyotsna mayee panda

Inspirational

4  

jyotsna mayee panda

Inspirational

ଝିଅ....

ଝିଅ....

2 mins
565

ଯେବେ ମୁଁ ଜନ୍ମ ନେଲି ଏ ଧରା ରେ..

କୁଆଁ କୁଆଁ ରାବରେ, ମା ର କୋଳ ରେ..

ସେ ମମତା ର ଛାଇ ରେ...

ଧୀରେ ଧୀରେ ଚାଲି ଶିଖିଲି...

ଦୁନିଆ ର କଣ୍ଟକିତ ପଥ ରେ..

ମୋର ସେ କୁନି କୁନି ପାଦ ରେ..

ଘୁଙ୍ଗୁର ର ରୁଣୁ ଝୁଣୁ ଶବ୍ଦ ରେ..

ହଜେଇ ନିଜକୁ ସେ ମାଟି ଅଗଣା ରେ..

ବର୍ଷା ଭିଜା ମାଟି ର ବାସ୍ନା ରେ..

ମମତା ର ଛାଇ ରେ...

ଭୁଲିଗଲି ନିଜତ୍ବ କୁ...

ଶିଖିଲି ସବୁ ଶବ୍ଦ, ସବୁ ସଂସ୍କାର କୁ..

ଆଉ କାହା କୂଳ ମଣ୍ଡନ କରିବି ବୋଲି..

କାହା ର କୂଳ ବଧୂ ଆଖ୍ୟା ରେ..

ଆଉ କାହା ପାଇଁ ମଥା ରେ ସିନ୍ଦୁର ନାଇଲି..

ହାତ ରେ ନାଲି ଶଙ୍ଖା ନାଇଲି...

ସବୁଦିନ ପାଇଁ ପର ଗୋତ୍ରୀ ହୋଇଗଲି...

ସୃଷ୍ଟି ହେଲା ମୋ ଜୀବନ କାହାଣୀ..

କାହା ବୋହୂ, କାହା ସ୍ତ୍ରୀ, କାହା ମା ହେଲି.. .

ଏକ ନୂତନ ପରିଚୟ ନେଇ ବଞ୍ଚିଲି...

ମା କହେ କୁଆଡେ ମୁଁ ପରଘରୀ..

ଶାଶୁ କୁହନ୍ତି ପୁଅ ନିଜର...

ବୋହୂ କଣ ନିଜର?? ସେ ତ ପରଘରୀ..

ସେ କଣ ମୋ ଝିଅ ହେବ ନା ତା ମୁଁ ମା ହେବି..

ଜାଣିଛି ଦୁହିତା ଦୁଇ କୂଳ ହିତା..

ହେଲେ ସମାଜ ରେ ସଦା ଉପେକ୍ଷିତl..

ନା ବାପ ଘର ମୋହ ଯାଏ....

ନା ଶାଶୂଘର ଆପଣାଏ...

ସାରା ଜୀବନ ଦ୍ଵନ୍ଦ ରେ ବିତିଯାଏ..

ସମସ୍ତ ଙ୍କୁ ନିଜର କୁହେ...

ସୁଖ ର, ଦୁଃଖ ର ସାଥି ଟିଏ..

ହେଲେ ସେ କାହାରି ନୁହେଁ..

କେବେ ଦୁଃଖ ହୁଏ ନି କି ଅଭିମାନ କରେ ନି..

କାରଣ ଏଟା ତ ସବୁ ଝିଅ ଜୀବନ କାହାଣୀ...

ଜୀବନ କୁ ବାଜି ଲାଗଇ ଦିଏ ମାତୃତ୍ୱ ପାଇଁ ..

ତଥାପି ସେ ଲାଂଛିତା, ଉପେକ୍ଷିତା..

କଣ ଇଏ ସେ ଦୁହିତା???? .

କଣ ଏଇଟା ଗୋଟେ ଝିଅ ର ଜୀବନ???

ଯାହା ପାଇଁ ଦିନେ ସଂସାର ଚାଲେ..

ସେ ପୁଣି ଦିନେ ଅଲୋଡ଼ା ହୁଏ...

ଯିଏ ଦିନେ ଆପଣା ଲୋକ କୁ ତ୍ୟାଗ କରେ..

ପର କୁ ଆପଣl କରେ....

ଭୁଲି ଯାଏ ନିଜତ୍ବ କୁ...

ଭୁଲିଯାଏ ମଣିଷ ଦିନେ ତା ମହତ୍ୱ କୁ..

ତା ଠୁ ଖୋଜେ ଖାଲି ମଣିଷପଣିଆ...

ହେଲେ ହେ ମଣିଷ !

କୋଉଠି ହଜିଲା ତୋ ବିବେକପାଣିଆ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational