STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ପ୍ରେମ ଏକ ଅବୁଝା କବିତା

ପ୍ରେମ ଏକ ଅବୁଝା କବିତା

1 min
156

କବି ସିନା ଲେଖିଦିଏ କବିତାର ଭାଷା 

ହେଲେ ସେ ପ୍ରେମ ଏକ ଅବୁଝା କବିତା 

ନିଷିଦ୍ଧ ମନର ଅଗଣାରେ 

ସ୍ପନ୍ଦିତ ହୁଏ କେତେ ଯେ ଅକୁହା କଥା 

ପ୍ରେମ ଏକ ଅବୁଝା କବିତା 

ଜାଣିପାରେନା ସେ ଗୋଲାପର 

ବୃନ୍ତରେ ଲାଖିଅଛି କେତେ ଯେ କଣ୍ଟା 

ପ୍ରେମ ଏକ ଅବୁଝା କବିତା 

କେତେବେଳେ ସପ୍ନ ବି ବାସ୍ତବ ହୁଏ 

ଆଉ କେତେବେଳେ ବାସ୍ତବ ବି ସ୍ୱପ୍ନ ହୁଏ 

ସୁନ୍ଦର ମନରେ ଭରିଦିଏ କେତେ କୋହ ବ୍ୟଥା 

ପ୍ରେମ ଏକ ଅବୁଝା କବିତା 

କେତେବେଳେ ବିରହୀ ପ୍ରେମିକ ସାଜି 

ନିଷିଦ୍ଧ ବେଳାଭୂମିରେ ପିଟେ ତାର ମଥା 

ପ୍ରେମ ଏକ ଅବୁଝା କବିତା 

ହୃଦୟର କୋରା କାଗଜରେ 

ଲେଖି ଦିଏ କେତେ ପ୍ରେମ ଗାଥା 

ପ୍ରେମ ଏକ ଅବୁଝା କବିତା 

ବିରହୀ ପ୍ରେମିକା ସାଜେ ସଂଜ ଅଭିସାରିକା 

ଆଖି ତାର କହିଦିଏ ହୃଦୟର ଭାଷା 

ପ୍ରେମ ଏକ ଅବୁଝା କବିତା 

ଚାନ୍ଦ ଚକୋରର ବିରହ ବେଦନା 

କବି କବିତାରେ ଲେଖିଦିଏ ସିନା 

ବିରହ ବହ୍ନିରେ ନୀତି ଜଳେ ଚିତା 

ପ୍ରେମ ଏକ ଅବୁଝା କବିତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy