ପ୍ରେମ ଏକ ଅବୁଝା କବିତା
ପ୍ରେମ ଏକ ଅବୁଝା କବିତା
କବି ସିନା ଲେଖିଦିଏ କବିତାର ଭାଷା
ହେଲେ ସେ ପ୍ରେମ ଏକ ଅବୁଝା କବିତା
ନିଷିଦ୍ଧ ମନର ଅଗଣାରେ
ସ୍ପନ୍ଦିତ ହୁଏ କେତେ ଯେ ଅକୁହା କଥା
ପ୍ରେମ ଏକ ଅବୁଝା କବିତା
ଜାଣିପାରେନା ସେ ଗୋଲାପର
ବୃନ୍ତରେ ଲାଖିଅଛି କେତେ ଯେ କଣ୍ଟା
ପ୍ରେମ ଏକ ଅବୁଝା କବିତା
କେତେବେଳେ ସପ୍ନ ବି ବାସ୍ତବ ହୁଏ
ଆଉ କେତେବେଳେ ବାସ୍ତବ ବି ସ୍ୱପ୍ନ ହୁଏ
ସୁନ୍ଦର ମନରେ ଭରିଦିଏ କେତେ କୋହ ବ୍ୟଥା
ପ୍ରେମ ଏକ ଅବୁଝା କବିତା
କେତେବେଳେ ବିରହୀ ପ୍ରେମିକ ସାଜି
ନିଷିଦ୍ଧ ବେଳାଭୂମିରେ ପିଟେ ତାର ମଥା
ପ୍ରେମ ଏକ ଅବୁଝା କବିତା
ହୃଦୟର କୋରା କାଗଜରେ
ଲେଖି ଦିଏ କେତେ ପ୍ରେମ ଗାଥା
ପ୍ରେମ ଏକ ଅବୁଝା କବିତା
ବିରହୀ ପ୍ରେମିକା ସାଜେ ସଂଜ ଅଭିସାରିକା
ଆଖି ତାର କହିଦିଏ ହୃଦୟର ଭାଷା
ପ୍ରେମ ଏକ ଅବୁଝା କବିତା
ଚାନ୍ଦ ଚକୋରର ବିରହ ବେଦନା
କବି କବିତାରେ ଲେଖିଦିଏ ସିନା
ବିରହ ବହ୍ନିରେ ନୀତି ଜଳେ ଚିତା
ପ୍ରେମ ଏକ ଅବୁଝା କବିତା ।