STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ଅଲୋଡ଼ା ମଣିଷ...

ଅଲୋଡ଼ା ମଣିଷ...

1 min
282

ଜୀବନ ଦୋଛକି ରେ ଆଜି ମୁଁ ହଜେଇ ସାରିଛି

ନିଜର ଅସ୍ତିତ୍ୱ କୁ

କୋହ ର ପରସ୍ତ ପରସ୍ତ କଳା ବାଦଲ

ଢାଙ୍କି ଦେଉଛି ମୋ ଜୀବନ ପରିଧିକୁ

ସବୁ ଭାବନା ଶେଷ ହୋଇ ସାରିଛି

ଜୀବନ ର ଏଇ ନିରବ ଅପରାହ୍ନରେ

ସବୁ ଲୁହ ସରିଯାଇଛି ମୋ ଶୁଷ୍କ ନୟନ ରେ

ଏଠି ମୋ ଭାବନା ର ମୂଲ୍ୟ କିଏ ବା ବୁଝୁଛି

ନା ଶରୀର ର ଯନ୍ତ୍ରଣା କୁ କିଏ ଅନୁଭବ କରୁଛି

ନିଜ ନିଜ ଦିନିଆଁ ରେ ସମସ୍ତେ ବ୍ୟସ୍ତ ଅଛନ୍ତି

କାହାରି କୁ ସମୟ ନାହିଁ ମୋ ପାଖରେ ଟିକେ ବସିବାକୁ

କାହା ପାଖରେ ସମୟ ନାହିଁ ମୋ ଭାବନା କୁ ବୁଝିବାକୁ 

ଯେଉଁ ହାତ ଦିନେ ସବୁବେଳେ ବ୍ୟସ୍ତ ଥିଲା

ଆଜି ଯେମିତି ଶିଥିଳ ହୋଇ ଯାଇଛି

ଯେଉଁ ମଣିଷ ଦିନେ ସଭିଙ୍କ ପାଇଁ ଲୋଡ଼ା ଥିଲା

ଆଜି ସେ ପୁଣି ଅଲୋଡ଼ା ହୋଇ ଯାଇଛି

କେଉଁ କାନ୍ଧ ଦିନେ ସବୁ ଦାୟତ୍ୱ ନେଉଥିଲା

ଆଜି ସେ କାନ୍ଧ ଦୁଃଖ ର ବୋଝ ରେ ଭାଙ୍ଗି ପଡିଛି 

ଯେଉଁ ହାତ ଦିନେ ସ୍ନେହ ବାଣ୍ଟୁଥିଲା

ଆଜି ସେ ସ୍ନେହ ଟିକେ ପାଇଁ ଝୁରି ମରୁଛି

ସତେ ଯେମିତି ମୋ ପରିବାର ପାଇଁ

ଆଜି ମୁଁ ଅଲୋଡ଼ା ହୋଇ ଯାଇଛି

ଯେଉଁ ଜୀବନ ଦିନେ ଜିଇଁବାକୁ ସମୟ ଖୋଜୁଥିଲା

ସେ ଜୀବନ ଆଜି ମୃତ୍ୟୁ ର ଅପେକ୍ଷା କରୁଛି 

ସତରେ ଆଜି ଜୀବନ ଦୋଛକି ରେ

ମୁଁ ସବୁ କିଛି ହରେଇ ଯେମିତି ନିସ୍ଵ ହୋଇ ଯାଇଛି

ଦୁନିଆ ପାଇଁ ମୁଁ ଆଜି ଅଲୋଡ଼ା ହୋଇ ଯାଇଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy