STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ରୁଦ୍ଧ ମନ ର କୋହ...

ରୁଦ୍ଧ ମନ ର କୋହ...

2 mins
175

ସବୁ ସ୍ମୃତି ଆସ୍ତେ ଆସ୍ତେ ଝାପ୍ସା ଝାସ୍ପା ହୋଇ. ଯାଇଛି

ଦୂର ଦିଗବଳୟ ରେ ଆଜି କାହା ବେଦନାସିକ୍ତ ମୁହଁ ଦେଖୁଛି

ଦେଖୁଛି କେତେ କେତେ ନିରୀହ ଙ୍କ କୋହ

ଦେଖୁଛି ପୃଥିବୀ ର ଏକ ଭିନ୍ନ ମାନଚିତ୍ର

ଯାହା ଆଜି ସଦ୍ୟ ରକ୍ତ ରେ ରଂଜିତ ହୋଇ ସାରିଛି

ଏଠି ମଣିଷ ବି ମଣିଷ ପାଇଁ ସଇତlନ ସାଜି ଯାଉଛି

ସ୍ୱାର୍ଥ ନେସି ସମାଜ ରେ ଆଜି ନିରୀହ କାନ୍ଦୁଛି

କେତେ ମଥା ର ସିନ୍ଦୁର ଆଜି ପୁଣି ଲିଭି ଯାଉଛି..

ସେ ଯୁଦ୍ଧ ବିଭୀଷିକାରେ

ହେ ମଣିଷ! ଆଜି ତୁମେ କଣ ଦେଖୁଛ?

ସେଇ ଭଗ୍ନ ସ୍ତୁପରେ. କୁଢ଼ କୁଦ ଶବରେ

ସରଣାଥାର୍ଥୀ କୋହ ରେ

ପୁଣି ଅନାଥ ର ଲୁହ ରେ.

ଧ୍ୱଂସ ବିଭୀଷିକା ରଚୁଥିବା ପରମାଣୁ ବୋମା ରେ.

ତୁମେ କେବେ ଦେଖି ପାରିବ କି ?

ଏକ ସୁନ୍ଦର ଭବିଷ୍ୟତ

ଏକ ସୁସ୍ଥ ସମାଜ ର ରଙ୍ଗୀନ ମାନଚିତ୍ର

ଦେଇ ପାରିବ କି ପିତୃ ହରା ସନ୍ତାନକୁ

ହରେଇ ଥିବା ତାର ସେଇ ସ୍ନେହୀ ବାପ

ଦେବେ କାହା ପାଇଁ ତୁମର ଏ ସପ୍ନ ?

ନିଜ ପାଇଁ ନା ଭାବି ବଂଶଧର ପାଇଁ

ଯେ ତୁମ ଧ୍ୱଂସ ଲୀଳା ର ମୂକ ସାକ୍ଷୀ ହୋଇ

ଆଜି ଲୁହ ଝରାଉଛି କେବଳ ତୁମ ସ୍ୱାର୍ଥ ନେସି

ଉଦ୍ଧତ ମନୋବୃତି ପାଇଁ

କାନ୍ଦୁଛି ତାର ଭବିଷ୍ୟତ ଆଜି ତୁମରି ଭୁଲ ପାଇଁ

ଆଜି ଉଜୁଡି ଯାଉଛି କେତେ କେତେ ସପ୍ନ

ପୁଣି ମାଟି ରେ ମିଶିଯାଉଛି କେତେ ଆଶା ର ସୌଦ୍ଧ

ନିଜେ ଧ୍ୱଂସ ଲୀଳା ର ନିର୍ଦେଶକ ପାଲଟି

ଆଜି ରଚି ଚାଲିଛ କେତେ କେତେ ଚଳଚିତ୍ର

ନା ଅଛି କେହି ବାରଣ କରିବାକୁ ନା ନିଜେ କ୍ଷାନ୍ତ ହେଉଛ

ପୃଥିବୀ ର ସୁନ୍ଦର ରୂପ କୁ କଦlକlର କରି ସାରିଛ

କୁହ ତ ତୁମେ!"

ତଥାପି କେମିତି ଏକ ସୁନ୍ଦର ପୃଥିବୀ ର ସପ୍ନ ଦେଖୁଛ?

ଏକ ଶନ୍ତ୍ରlସବାଦୀ ର ମନ ନେଇ ତୁମେ କେମିତି ବଂଚିଛ?

କାହା ସପ୍ନକୁ କେମିତି ତୁମେ ସମାଧି ଦେଇ ପାରୁଛ?

କାହା ଆଶା କୁ କେମିତି ତୁମେ ଭାଙ୍ଗି ଚୁର ମାର କରି ପାରୁଛ ?

କାହା ବିଶ୍ୱାସ ରେ କେମିତି ତୁମେ ବିଷ ଦେଇ ପାରୁଛ?

କେମିତି ତୁମେ କାହା ଦୁଃଖ ର କାରଣ ହୋଇ ଆଜି ହସୁଛ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy