ଅସ୍ତିତ୍ୱ
ଅସ୍ତିତ୍ୱ
ସପ୍ନ ଆଉ ବାସ୍ତବତା ଭିତରେ ନିଜକୁ,
ସମ୍ପୂର୍ଣ ରୂପେ ଭୁଲି ଯାଇଥିଲି,
ଭୁଲି ଯାଇଥିଲି ନିଜର ଅସ୍ତିତ୍ୱକୁ,
କେବେ ସେଇ ଭଙ୍ଗା ସପ୍ନ ଭିତରେ,
ଅନୁଭବ କରୁଥିଲି ଜୀବନ ର ବାସ୍ତବତାକୁ,
କେତେ ଥର ନିରେଖି ଦେଖୁଥିଲି ସେଇ ଆତ୍ମୀୟତାକୁ
କେବେ ପୁଣି ଅନୁଭବ କରୁଥିଲି ସବୁ ସ୍ମୃତି ରେ,
ଗଭୀର ଯନ୍ତ୍ରଣା ର ତିକ୍ତତାକୁ,
ସବୁ କାରଣ ର ପଛ ରେ ଖୋଜୁଥିଲି
ପୁଣି ଥରେ ପାଇବା ପାଇଁ ସେଇ ଅତ୍ମୀୟତାକୁ
ଭୁଲିବାକୁ ଚାହୁଁଥିଲି ହରେଇବା ର ଦୁଃଖକୁ,
ସବୁ ଲୁହକୁ ଓଠ ରେ ହସ ର ରଙ୍ଗ ଦେଇ
ଭୁଲିବାକୁ ଚାହୁଁଥିଲି ସେଇ ବାସ୍ତବତାକୁ,
କେବେ ପୁଣି ଦୁଃଖ ରେ ଭାଙ୍ଗି ପଡୁଥିଲି,
ମନେପକେଇ ସେଇ ଦୁଃଖ ର ଗଭୀରତାକୁ,
କେବେ ନିଜକୁ ହଜେଇ ଦେଉଥିଲି ସେଇ
ସମୟ କୋଳରେ
ଲୀନ ହୋଇ ପୁଣି ଥରେ ପାଇବା ପାଇଁ,.
ସେଇ ଆତ୍ମତୃପ୍ତି ର ପରିଭାଷାକୁ,
ଅତୀତ ର ତୀକ୍ଷ୍ଣ ଧାର ଉପରେ ପୁଣି ଥରେ
ଅଙ୍କିବାକୁ ସେଇ ସେଇ ପାଦଚିହ୍ନକୁ,
ଯାହା କେବେ ଠୁ ଲିଭିଯାଇଛି ସମୟ ସୁଅରେ
ଚାପି ହୋଇ ରହିଥିଲା ଲୁହ ଆଉ କୋହ ରେ ll