STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ଅସ୍ତିତ୍ୱ

ଅସ୍ତିତ୍ୱ

1 min
404

ସପ୍ନ ଆଉ ବାସ୍ତବତା ଭିତରେ ନିଜକୁ,

ସମ୍ପୂର୍ଣ ରୂପେ ଭୁଲି ଯାଇଥିଲି,

ଭୁଲି ଯାଇଥିଲି ନିଜର ଅସ୍ତିତ୍ୱକୁ,

କେବେ ସେଇ ଭଙ୍ଗା ସପ୍ନ ଭିତରେ,

ଅନୁଭବ କରୁଥିଲି ଜୀବନ ର ବାସ୍ତବତାକୁ,

କେତେ ଥର ନିରେଖି ଦେଖୁଥିଲି ସେଇ ଆତ୍ମୀୟତାକୁ

କେବେ ପୁଣି ଅନୁଭବ କରୁଥିଲି ସବୁ ସ୍ମୃତି ରେ,

ଗଭୀର ଯନ୍ତ୍ରଣା ର ତିକ୍ତତାକୁ,

ସବୁ କାରଣ ର ପଛ ରେ ଖୋଜୁଥିଲି

ପୁଣି ଥରେ ପାଇବା ପାଇଁ ସେଇ ଅତ୍ମୀୟତାକୁ

ଭୁଲିବାକୁ ଚାହୁଁଥିଲି ହରେଇବା ର ଦୁଃଖକୁ,

ସବୁ ଲୁହକୁ ଓଠ ରେ ହସ ର ରଙ୍ଗ ଦେଇ

ଭୁଲିବାକୁ ଚାହୁଁଥିଲି ସେଇ ବାସ୍ତବତାକୁ,

କେବେ ପୁଣି ଦୁଃଖ ରେ ଭାଙ୍ଗି ପଡୁଥିଲି,

ମନେପକେଇ ସେଇ ଦୁଃଖ ର ଗଭୀରତାକୁ,

କେବେ ନିଜକୁ ହଜେଇ ଦେଉଥିଲି ସେଇ

ସମୟ କୋଳରେ

ଲୀନ ହୋଇ ପୁଣି ଥରେ ପାଇବା ପାଇଁ,.

ସେଇ ଆତ୍ମତୃପ୍ତି ର ପରିଭାଷାକୁ,

ଅତୀତ ର ତୀକ୍ଷ୍ଣ ଧାର ଉପରେ ପୁଣି ଥରେ

ଅଙ୍କିବାକୁ ସେଇ ସେଇ ପାଦଚିହ୍ନକୁ,

ଯାହା କେବେ ଠୁ ଲିଭିଯାଇଛି ସମୟ ସୁଅରେ

ଚାପି ହୋଇ ରହିଥିଲା ଲୁହ ଆଉ କୋହ ରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy