ମୋ ବୋଉ ସିଏ..
ମୋ ବୋଉ ସିଏ..
କିଛି ସ୍ମୃତି ତାର ଏବେ ବି ମୋ ମନ କୁ ଆନ୍ଦୋଳିତ କରେ
ତାର ସେ ରୁଣୁଝୁଣୁ ପାଣି କାଚ
ଆଜି ବି ମୋ ନୀରବତା କୁ ଭଙ୍ଗ କରେ
ଆଜି ବି ତା ହାତ ର କୋମଳ ସ୍ପର୍ଶ
ମୋତେ କୋଟି ପରମାୟୁ ର ଆଶିଷ ଦିଏ
ମୁଁ ଜାଣି ପାରେନି ସକାଳ ଆଗ ପାହେ
କି ସେ ଆଗ ଉଠେ
ଘର ଓଲେଇବା ଠୁ ରୋଷେଇ ପର୍ଯ୍ୟନ୍ତ
ସେ ଯେମିତି ମେସିନ ଭଳି ଚାଲିଥାଏ
ମୋ ସୁଖ ରେ କି ମୋ ଦୁଃଖ ରେ
ସମସ୍ତ ଙ୍କ ଠୁ ସେ ଆଗ ଛିଡା ହୁଏ
ସେଥିପାଇଁ ମୋ ବୋଉ ସିଏ
ସାବିତ୍ରୀ ରେ ବି ଦାମି ଶାଢ଼ୀ ର ବରାଦ କରେନି
ହେଲେ ପ୍ରଥମାଷ୍ଟମୀ କୁ ଦାମି ଲୁଗା ସେ ହିଁ ବରାଦ ଦିଏ
ସବୁବେଳେ କଥା କଥା ରେ ସେ ମିଛ କୁହେ
ଅଧା ପେଟ ଖାଇ ବି ଭୋକ ନ ଥିବା ସୁନ୍ଦର ବାହାନାକରେ
ଗୋଟେ ରୁଟି ମାଗିଲେ ସେ ତିନିଟା ଦିଏ
ସେଥିପାଇଁ ମୋ ବୋଉ ସିଏ
ମୁଁ ଅନ୍ଧାର ରାତି କୁ ଡରିଗଲେ ସେ ପଣତ ପସାରି ଦିଏ
ତା ଉଷୁମ ଛାତି ରେ ଜାକିଦିଏ
ସବୁ ଭୟ ଯେମିତି କୋଉ ଆଡେ ଉଭେଇ ଯାଏ
ମୋ ଦେହ ଟିକେ ଖରାପ ହେଲେ
ସେ ସାରା ରାତି ଅନିଦ୍ରା ହୋଇ ରହିଯାଏ
ବାପା ଙ୍କ ଆକଟ ରୁ ସବୁବେଳେ ମୋତେ ଲୁଚାଏ..ll
ସବୁବେଳେ ମୋତେ ତାଙ୍କରି ଆଗ ରେ ସୁନାପିଲା କୁହେ
ମୋ ସବୁ ଅଳି ଅଝଟ କୁ ସେ ସବୁବେଳେ ଲୁଚାଏ
ମୋ ପାଇଁ କେତେ ବ୍ରତ ଉପବାସ ରେ ରହେ
ଆଉ କେହି ନୁହଁ ମୋ ବୋଉ ସିଏ
ମୋ ପସନ୍ଦ ର ପିଠା ପଣା ହେଲେ
ସେ ତାରି ଭାଗ ବି ମତେ ପରସି ଦିଏ
ଦୁନିଆ ର ବଡ଼ ମିଛେଇ ସିଏ
ନ ଖାଇ ବି ମୋ ଆଗ ରେ ଖାଇବାର ବାହାନ କରେ..
ଆଖି ର ଲୁହ କୁ ପିଆଜ କଟା ର ବାହାନା ଦିଏ
ସେଥିପାଇଁ ମୋ ବୋଉ ସିଏ
ମୋ ସବୁ ଦୁଃଖ କୁ ନିଜେ ଛାତି ପାତି ସାହିଯାଏ.
ଯେମିତି ମୋ ପାଇଁ ଢାଳ ଟିଏ ସିଏ
ଦୁଃଖ ସେ ସୁଖ ରେ ହସ ରେ ଲୁହ ରେ to
ସବୁ ପରିସ୍ଥିତି ରେ ମୋ ପାଖେ ପାଖେ ରୁହେ
ସେଥିପାଇଁ ପରା ମୋ ବୋଉ ସିଏ !!