STORYMIRROR

jyotsna mayee panda

Abstract

4  

jyotsna mayee panda

Abstract

ମୋ ବୋଉ ସିଏ..

ମୋ ବୋଉ ସିଏ..

2 mins
366


କିଛି ସ୍ମୃତି ତାର ଏବେ ବି ମୋ ମନ କୁ ଆନ୍ଦୋଳିତ କରେ

ତାର ସେ ରୁଣୁଝୁଣୁ ପାଣି କାଚ

ଆଜି ବି ମୋ ନୀରବତା କୁ ଭଙ୍ଗ କରେ

ଆଜି ବି ତା ହାତ ର କୋମଳ ସ୍ପର୍ଶ

ମୋତେ କୋଟି ପରମାୟୁ ର ଆଶିଷ ଦିଏ 

ମୁଁ ଜାଣି ପାରେନି ସକାଳ ଆଗ ପାହେ

କି ସେ ଆଗ ଉଠେ

ଘର ଓଲେଇବା ଠୁ ରୋଷେଇ ପର୍ଯ୍ୟନ୍ତ

ସେ ଯେମିତି ମେସିନ ଭଳି ଚାଲିଥାଏ

ମୋ ସୁଖ ରେ କି ମୋ ଦୁଃଖ ରେ

ସମସ୍ତ ଙ୍କ ଠୁ ସେ ଆଗ ଛିଡା ହୁଏ

ସେଥିପାଇଁ ମୋ ବୋଉ ସିଏ

ସାବିତ୍ରୀ ରେ ବି ଦାମି ଶାଢ଼ୀ ର ବରାଦ କରେନି

ହେଲେ ପ୍ରଥମାଷ୍ଟମୀ କୁ ଦାମି ଲୁଗା ସେ ହିଁ ବରାଦ ଦିଏ 

ସବୁବେଳେ କଥା କଥା ରେ ସେ ମିଛ କୁହେ

ଅଧା ପେଟ ଖାଇ ବି ଭୋକ ନ ଥିବା ସୁନ୍ଦର ବାହାନାକରେ

ଗୋଟେ ରୁଟି ମାଗିଲେ ସେ ତିନିଟା ଦିଏ

ସେଥିପାଇଁ ମୋ ବୋଉ ସିଏ

ମୁଁ ଅନ୍ଧାର ରାତି କୁ ଡରିଗଲେ ସେ ପଣତ ପସାରି ଦିଏ

ତା ଉଷୁମ ଛାତି ରେ ଜାକିଦିଏ

ସବୁ ଭୟ ଯେମିତି କୋଉ ଆଡେ ଉଭେଇ ଯାଏ 

ମୋ ଦେହ ଟିକେ ଖରାପ ହେଲେ

ସେ ସାରା ରାତି ଅନିଦ୍ରା ହୋଇ ରହିଯାଏ

ବାପା ଙ୍କ ଆକଟ ରୁ ସବୁବେଳେ ମୋତେ ଲୁଚାଏ..ll

ସବୁବେଳେ ମୋତେ ତାଙ୍କରି ଆଗ ରେ ସୁନାପିଲା କୁହେ

ମୋ ସବୁ ଅଳି ଅଝଟ କୁ ସେ ସବୁବେଳେ ଲୁଚାଏ 

ମୋ ପାଇଁ କେତେ ବ୍ରତ ଉପବାସ ରେ ରହେ

ଆଉ କେହି ନୁହଁ ମୋ ବୋଉ ସିଏ

ମୋ ପସନ୍ଦ ର ପିଠା ପଣା ହେଲେ

ସେ ତାରି ଭାଗ ବି ମତେ ପରସି ଦିଏ

ଦୁନିଆ ର ବଡ଼ ମିଛେଇ ସିଏ

ନ ଖାଇ ବି ମୋ ଆଗ ରେ ଖାଇବାର ବାହାନ କରେ..

ଆଖି ର ଲୁହ କୁ ପିଆଜ କଟା ର ବାହାନା ଦିଏ

ସେଥିପାଇଁ ମୋ ବୋଉ ସିଏ

ମୋ ସବୁ ଦୁଃଖ କୁ ନିଜେ ଛାତି ପାତି ସାହିଯାଏ.

ଯେମିତି ମୋ ପାଇଁ ଢାଳ ଟିଏ ସିଏ

ଦୁଃଖ ସେ ସୁଖ ରେ ହସ ରେ ଲୁହ ରେ to

ସବୁ ପରିସ୍ଥିତି ରେ ମୋ ପାଖେ ପାଖେ ରୁହେ

ସେଥିପାଇଁ ପରା ମୋ ବୋଉ ସିଏ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract