STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ସପ୍ନର ରଙ୍ଗ

ସପ୍ନର ରଙ୍ଗ

1 min
123

ଯେମିତି ସବୁ ଆଶା ଜୀବନ ରେ ପୁରାଣ ହୁଏ ନି,

ଯେମିତି ସବୁ ଅପେକ୍ଷା ର କେବେ ଅନ୍ତ ହୁଏ ନି

ସେମିତି ସବୁ ସପ୍ନ କେବେ ସତ ହୁଏ ନି,

କିଛି ଆଶା ପରିସ୍ଥିତି ର ଚାପ ରେ ଅଣନିଶ୍ୱାସୀ ହୋଇ

ଲୀନ ହୋଇଯାଏ ସବୁଦିନ ପାଇଁ,

ଠିକ ସେମିତି କିଛି ଅପେକ୍ଷା ର ଫଳ ମିଠା ହୁଏ ନି,

କେତେବେଳେ ସେ ଅପେକ୍ଷା ସେମିତି ଅନ୍ତ ହୁଏ,

ଜୀବନ ଜିଇଁ ବା ପାଇଁ,

ଲୁହ ସବୁ କେତେବେଳେ ଖୁସି ପଛରେ ଲୀନ ହୁଏ,

ଆଉ କେତେବେଳେ କୋହ ହୋଇ,

ଛାତି ତଳେ ଚାପି ହୋଇ ରହିଯାଏ ସବୁଦିନ ପାଇଁ,

ବାସ୍ତବତା ର ପରଦା ପଛ ରେ କେବେ ଲୁଚିଯାଏ,

ଅନେକ ଯନ୍ତ୍ରଣା ର ଛlପ ନେଇ,

କେତେବେଳେ ପୁଣି ବୋହିଯାଏ ନିରବ ଆଖି ରେ

ମସୃଣ ଗାଲ କୁ ଛୁଇଁ ଦେଇ,

ସପ୍ନ ସବୁ ବାସ୍ତବତା ହାତ ରେ ବିକି ହୋଇଯାଏ ପୁଣି

କେବେ କେବେ ଭାଙ୍ଗି ଯାଏ ରାତ୍ରୀ ର ଶୂନ୍ୟତା ଭିତରେ,

ମଉଳିଯାଏ ପୁଣି କାହା ଦୁଃଖ ର ବହ୍ନି ରେ,

ମିଶିଯାଏ ମାଟି କେବେ ପୁଣି ନିରୁତା ସ୍ମୃତି ଟିଏ ହୋଇ,

ଭୁଲି ହୋଇଯାଏ କେବେ ପୁଣି ଅଣଦେଖା ହୋଇ,

ଲିଭିଯାଏ କେବେ ପୁଣି ସଞ୍ଜ ସଳିତା ହୋଇ,

କେବେ ପୁଣି ବଂଚିବା ର ରାହା ହୋଇ ଛିଡା ହୁଏ,

ଭାଙ୍ଗି ଯାଇଥିବା ସବୁ ସପ୍ନ କୁ ଆଉ ଥରେ ସାଉଁଟି ନେଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy