STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ସ୍ମୃତିର ଦୀପାଳି

ସ୍ମୃତିର ଦୀପାଳି

1 min
198

ମନ ର କେଉଁ ନିଷିଦ୍ଧ ଅଗଣାରେ

ଆଜି ବି ଜଳୁଛି ସେଇ ସ୍ମୃତି ର ଦୀପାଳି

ଆଖି ର କେଉଁ ଅଦେଖା କୋଣ ରେ

ଝୁରୁଛି ସେ ଲୁହ ହୋଇ

ତୁମର ସେ ପ୍ରତାରଣା ର ବହ୍ନିରେ

ଜଳୁଛି ମୁଁ ସବୁଦିନ ପାଇଁ

ଆଜିବି ସ୍ମୃତି ରେ ଭିଜେ ମୋ ଆଖି

କେବଳ ତୁମର ରେ ଛଳନା ପାଇଁ

କେବେ ସପ୍ନ ସବୁ ଭାଙ୍ଗି ଯାଏ

ତୁମର ସେ ଅଣଦେଖା ପଣ ପାଇଁ

କେବେ ପୁଣି ହସି ଉଠେ ମନ ଉପବନେ

ଆଶା ର କିରଣ ଟେ ହୋଇ

ତୁମେ ଜାଣ କି ନ ଜାଣ

ସ୍ମୃତି ସବୁ ଆଜି ବି ସାଇତି ରଖିଛି

ମନ ର ସେ ଅଦେଖା କୋଣ ରେ

କୋହ ସବୁ ଚାପି ଧରିଛି

ଜୀବନ ର ସେଇ ନିରୁତା ସଞ୍ଜ ରେ

ଲୁହ ସବୁ ଅଜାଡି ଦେଇଛି

ରାତ୍ରୀ ର ସେ ନିଶୁନ ପ୍ରହରେ

ତୁମେ ଜାଣ କି ନ ଜାଣ

ଆୟୁଷ ର ଝରାଫୁଲ ଝରିଯାଏ

କେବଳ ତୁମରି ପାଇଁ

ଇଚ୍ଛା ହୁଏ ସବୁ ଦୁଃଖ ସମର୍ପି ଦେବି

ତୁମ ଆଞ୍ଜୁଳି ରେ

କିଛି ସୁଖ ର ସଉଦା ପାଇଁ

ହେଲେ ସବୁ ଭାବନା ବ୍ୟର୍ଥ ହୁଏ

ଯେତେବେଳେ ତୁମେ ଅଣଦେଖା କରି

ଚାଲିଯାଅ ସବୁଦିନ ପାଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy