ମୌସମୀ
ମୌସମୀ
ହୃଦୟର ପ୍ରତି ସ୍ଵନ୍ଦନ କହୁଛି
ନିର୍ଜନତାର ପ୍ରତି ମୁହୁର୍ତ୍ତରେ
ଆଜି ବି ମନ ଟା ଆନ୍ଦୋଳିତ ହୁଏ
ସବୁ ସ୍ମୃତି ଆଜି ଲିଭି ଲିଭି ଯାଏ
ସବୁ ସପ୍ନ ପୁଣି ଆଜି ହଜି ଯାଏ
ପାହାନ୍ତା ପ୍ରହରେ ଲୀନ ହୋଇ ଯାଏ
ଅଜଣା କୋହରେ ଅଜଣା ରାସ୍ତାରେ
ଅଜଣା ଫୁଲ ମୁଁ ଅଲୋଡ଼ା ଅଖୋଜା
ଦେବତା ପୟରେ ନୁହେଁ ସମର୍ପିତା
ଫଗୁଣ ମଲୟେ ମୁଁ ନୁହେଁ ହର୍ଷିତା
ଭାଗ୍ୟ କାହିଁ ମୋର ପ୍ରଭୂ ପାଦ ତଳେ
ସମର୍ପିତ ହେବି ମୁଁ ନିତ୍ୟ ସକାଳେ
ଶେଫାଳି ଆୟୁଷ ମୋ ପାଇଁ ଲିଖିତ
ମୌସୁମୀର ସେଇ ଶୀତଳ ସ୍ପର୍ଶରେ
ଦେହ ଟା ମୋହର ଆଜି ଭିଜି ଯାଏ
ଦୁଇ ନୟନର ଅଶ୍ରୁ ଆଜି ପୁଣି
ସେଇ ମୌସୁମୀରେ ଆଜି ବୋହିଯାଏ
କିଏ ଭାବେ ସେଇ ବରଷାର ଧାର
କିଏ କହେ ସେ ଯେ ମୌସୁମୀ ଫୁଆର ll