STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ମୌସମୀ

ମୌସମୀ

1 min
303

ହୃଦୟର ପ୍ରତି ସ୍ଵନ୍ଦନ କହୁଛି

ନିର୍ଜନତାର ପ୍ରତି ମୁହୁର୍ତ୍ତରେ

ଆଜି ବି ମନ ଟା ଆନ୍ଦୋଳିତ ହୁଏ

ସବୁ ସ୍ମୃତି ଆଜି ଲିଭି ଲିଭି ଯାଏ

ସବୁ ସପ୍ନ ପୁଣି ଆଜି ହଜି ଯାଏ

ପାହାନ୍ତା ପ୍ରହରେ ଲୀନ ହୋଇ ଯାଏ

ଅଜଣା କୋହରେ ଅଜଣା ରାସ୍ତାରେ

ଅଜଣା ଫୁଲ ମୁଁ ଅଲୋଡ଼ା ଅଖୋଜା

ଦେବତା ପୟରେ ନୁହେଁ ସମର୍ପିତା

ଫଗୁଣ ମଲୟେ ମୁଁ ନୁହେଁ ହର୍ଷିତା

ଭାଗ୍ୟ କାହିଁ ମୋର ପ୍ରଭୂ ପାଦ ତଳେ

ସମର୍ପିତ ହେବି ମୁଁ ନିତ୍ୟ ସକାଳେ

ଶେଫାଳି ଆୟୁଷ ମୋ ପାଇଁ ଲିଖିତ

ମୌସୁମୀର ସେଇ ଶୀତଳ ସ୍ପର୍ଶରେ

ଦେହ ଟା ମୋହର ଆଜି ଭିଜି ଯାଏ

ଦୁଇ ନୟନର ଅଶ୍ରୁ ଆଜି ପୁଣି

ସେଇ ମୌସୁମୀରେ ଆଜି ବୋହିଯାଏ

କିଏ ଭାବେ ସେଇ ବରଷାର ଧାର

କିଏ କହେ ସେ ଯେ ମୌସୁମୀ ଫୁଆର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy