Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Tragedy

4  

Mamatamanjari Das

Tragedy

ତୋ ବିନା ଲାଗୁଛି ସବୁ ବିଷ

ତୋ ବିନା ଲାଗୁଛି ସବୁ ବିଷ

1 min
396


ଝରା ପତ୍ର ପରି ବୟସ ଝରୁଛି

ତୋ'ସ୍ମୃତି ଫର୍ଦ୍ଦକୁ ନେଇ

ମୋ ହୃଦୟ ତଟରେ ତୋହରି ଚେହେରା

ଆନମନା କରେ ରହି ରହି ।


ମୋ ହୃଦୟର ପ୍ରତି ସ୍ପନ୍ଦନରେ

ତୋ'ସ୍ନେହର ପ୍ରୀତି ଛିଟା

ଯେତେ ଭାବେ ବସି ଅତୀତ ପୃଷ୍ଠାକୁ

ସେତେ ବଢେ ନିରବତା ।


ମନ ଆଇନାରେ ନିଶୀଥରେ ଯେବେ

ଉଙ୍କି ମାରେ ତୋର ଛବି

ବଞ୍ଚି ଥାଇକି ବି ନିଇତି ମରେ ମୁଁ

ତୋ'କଥା ଭାବି ଭାବି ।


ଯେତେ ବଢିଚାଲେ ରାତିର ବୟସ

ସେତେ ସରିଆସେ ଆୟୁଷ

ତୋ'ବିନା ସଂସାର ମିଛ ମରୀଚିକା

ସବୁକିଛି ଲାଗେ ମୋତେ ବିଷ ।



Rate this content
Log in

Similar oriya poem from Tragedy